ଅସମ୍ଭାଳ ହେଉଛି କରୋନା: ଦିନକରେ ରେକର୍ଡ ୨.୭୩ ଲକ୍ଷରୁ ଅଧିକ ସଂକ୍ରମିତ, ୧୬୧୯ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

ଅସମ୍ଭାଳ ହେଉଛି କରୋନା: ଦିନକରେ ରେକର୍ଡ ୨.୭୩ ଲକ୍ଷରୁ ଅଧିକ ସଂକ୍ରମିତ, ୧୬୧୯ ମୃତ

ନୂଆଦିଲ୍ଲୀ: ଦିନକୁ ଦେଶରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଅଡ଼ୁଆରେ ପକାଇଛି। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ସବୁ ରାଜ୍ୟରେ ଦୈନିକ ରେକର୍ଡ ବ୍ରେକିଂ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଏହିକ୍ରମରେ ଆଜି ମହାମାରୀ କରୋନା ଭାରତରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ରେକର୍ଡ ୨,୭୩, ୮୧୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କ୍ରମାଗତ ୪ର୍ଥ ଦିନ ପାଇଁ ଦେଶରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ କେବଳ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ମଧ୍ୟ ଉପର ମୁହାଁ ହୋଇଛି। ଗୋଟିଏ ଦିନରେ କରୋନା ୧୬୧୯ ଜଣଙ୍କ ମୁଣ୍ଡ ନେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨,୩୭,୮୧୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୫୦,୬୧,୯୧୯କୁ ବୃଦ୍ଧି ପାଇଛି। ଗତ ୧୨ ଦିନ ମଧ୍ୟରେ ଦେଶର ପଜିଟିଭିଟି ରେଟ୍‌ ଦୁଇ ଗୁଣା ବୃଦ୍ଧି ପାଇ ୧୬.୭%ରେ ପହଞ୍ଚି ଯାଇଛି।

ମହାମାରୀ କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଗତକାଲି ୨,୬୧,୫୦୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। କେବଳ ଆକ୍ରାନ୍ତଙ୍କ ସଂଖ୍ୟା ନୁହେଁ ମୃତ୍ୟୁସଂଖ୍ୟା ମଧ୍ୟ ଦେଶରେ ବଢ଼ିବା ଆରମ୍ଭ ହୋଇଛି। ଗତକାଲି ୧୫୦୧ ଜଣଙ୍କ ମୁଣ୍ଡ ନେଇଥିବା କରୋନା ଆଜି ୧୬୧୯ ଜଣଙ୍କ ଜୀବନ ନେଇଛି।ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୭୮,୭୬୯କୁ ବୃଦ୍ଧି ପାଇଛି।

ଏଯାଏ ୧,୨୯,୫୩,୮୨୧ ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୧୯,୨୯,୩୨୯ ରହିଛି। ୨୪ ଘଣ୍ଟାରେ ୧ ଲକ୍ଷ ୪୪ ହଜାର ୧୭୮ ଜଣ ସୁସ୍ଥ ହୋଇଛନ୍ତି। କ୍ରମାଗତ ଭାବେ ଆକ୍ଟିଭ କେସ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ସମ୍ବଳର ଅଭାବ ଦେଖିବାକୁ ମିଳିଛି। କେଉଁଠି ବେଡର ଅଭାବ ଦେଖାଗଲାଣି ତ ଆଉ କେଉଁ ଅମ୍ଳଜାନର ସଙ୍କଟ ଦେଖିବାକୁ ମିଳିଛି।

କରୋନା ଦ୍ୱାରା ମହାରାଷ୍ଟ୍ର ଓ ଦିଲ୍ଲୀ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଦୁଇ ରାଜ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ୨୪ ଘଣ୍ଟାରେ ୨୫,୪୬୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୧୬୧ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ୧୫ ଦିନିଆ କର୍ଫ୍ୟୁ ସତ୍ତ୍ୱେ ମହାରାଷ୍ଟ୍ରରେ ୬୮,୬୩୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗୋଟିଏ ଦିନରେ କେବେ ହେଲେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଗତ ୨୪ ଘଣ୍ଟାରେ କରୋନା ମହାରାଷ୍ଟ୍ରରେ ୫୦୩ ଜଣଙ୍କ ମୁଣ୍ଡ ନେଇଛି। ଏହା ମଧ୍ୟ ସର୍ବକାଳୀନ ରେକର୍ଡ।

The post ଅସମ୍ଭାଳ ହେଉଛି କରୋନା: ଦିନକରେ ରେକର୍ଡ ୨.୭୩ ଲକ୍ଷରୁ ଅଧିକ ସଂକ୍ରମିତ, ୧୬୧୯ ମୃତ appeared first on Odisha Reporter.



from Odisha Reporter https://ift.tt/3x99YDS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages