ମାସ୍କ ପିନ୍ଧି ନଥିବାରୁ ଦମ୍ପତିଙ୍କୁ ଅଟକାଇଲା ପୁଲିସ୍‌, ଯୁକ୍ତିତର୍କ ପରେ ମହିଳା କହିଲେ ସ୍ୱାମୀଙ୍କୁ କିସ୍‌ କରିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

ମାସ୍କ ପିନ୍ଧି ନଥିବାରୁ ଦମ୍ପତିଙ୍କୁ ଅଟକାଇଲା ପୁଲିସ୍‌, ଯୁକ୍ତିତର୍କ ପରେ ମହିଳା କହିଲେ ସ୍ୱାମୀଙ୍କୁ କିସ୍‌ କରିବି

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଦ୍ୱନ୍ଦ୍ୱରେ ପଡ଼ୁଥିବେ। ହେଲେ ପୂରା ଘଟଣା ଜାଣିବା ପରେ ଆପଣ ସବୁ କିଛି ଭଲ ଭାବେ ବୁଝି ପାରିବେ। ବର୍ତ୍ତମାନ ଦେଶରେ ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି। ଏଥିପାଇଁ ଦିଲ୍ଲୀରେ ୱିକଏଣ୍ଡ କର୍ଫ୍ୟୁ ଲାଗୁ କରାଯିବା ସହ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବାକୁ କୁହାଯାଉଛି।

ତେବେ ରବିବାର କର୍ଫ୍ୟୁ ବେଳେ ବିନା ମାସ୍କରେ କାର୍‌ରେ ଯାଉଥିବା ଦମ୍ପତିଙ୍କୁ ପୁଲିସ୍‌ ଅଟକାଇବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କର୍ଫ୍ୟୁ ବେଳେ ବିନା ମାସ୍କରେ ସେମାନେ ବୁଲୁଥିବାରୁ ପୁଲିସ୍‌ ଚେକିଂ କରିଥିଲା। ମାସ୍କ ପିନ୍ଧି ନଥିବାରୁ ଚାଲାଣ ମଧ୍ୟ କାଟିଥିଲା।

ତେବେ ଏହାକୁ ନେଇ ବିନା ମାସ୍କରେ ଥିବା ମହିଳା ଜଣଙ୍କ ପୁଲିସ୍‌ ସହ ଅଭଦ୍ର ଢଙ୍ଗରେ ଯୁକ୍ତିତର୍କ କରିଛନ୍ତି। ଏପରି କି ସେ ତାଙ୍କ ସ୍ୱାମୀଙ୍କୁ କିସ୍‌ କଲେ କ’ଣ ହେବ ବୋଲି ମଧ୍ୟ ଗାଡ଼ି ଅଟକାଇଥିବା ପୁଲିସ୍‌ କର୍ମଚାରୀମାନଙ୍କୁ ପ୍ରଶ୍ନ କରି ନିଜ ରୁବାବ ଦେଖାଇଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ବିନା ମାସ୍କରେ ବୁଲୁଥିବା ଦମ୍ପତି ହେଲେ ପଙ୍କଜ ଓ ଆଭା। ଉଭୟ ଦିଲ୍ଲୀର ପଟେଲ ନଗର ବାସିନ୍ଦା। ସେମାନେ ବିନା ମାସ୍କରେ ବୁଲୁଥିବାରୁ ପୁଲିସ୍‌ ଅପରାହ୍ନ ୪ଟାରେ ସେମାନଙ୍କ ଗାଡ଼ିକୁ ଦରିୟାଗଞ୍ଜ ନିକଟରେ ଅଟକାଇଥିଲା। ଗାଡ଼ି ଅଟକାଇବାରୁ ଆଭା ପ୍ରଥମେ ଏହା ଭିତରେ ବସି ଯୁକ୍ତିତର୍କ କରିଥିଲେ।

ଏହାପରେ ସେ ଗାଡ଼ିରୁ ଓହ୍ଲାଇ ପୁଲିସ୍‌କୁ ଆଙ୍ଗୁଠି ଦେଖାଇ ଇଚ୍ଛା ଅନୁସାରେ ଗାଳିଗୁଲଜ କରିଥିଲେ। କରୋନା ନାଁରେ ତୁମମାନେ(ପୁଲିସ୍‌) କ’ଣ ସବୁ ଡ୍ରାମା କରୁଛ ବୋଲି ଆଭା ଚିତ୍କାର କରି ପଚାରିଥିଲେ। ସେ ଆହୁରି କହିଥିଲେ ଯେ “ମୁଁ ମୋ ସ୍ୱାମୀଙ୍କୁ କିସ୍‌ କରିବ। କ’ଣ ତୁମେମାନେ ମୋତେ ଅଟକାଇବ?” କାହିଁକି ମୋ କାର୍‌କୁ ତୁମେ ଅଟକାଇଲ? ମୁଁ ମୋ ପତ୍ନୀ ସହ କାର୍‌ରେ ଯାଉଥିଲି ବୋଲି ପଙ୍କଜ ମଧ୍ୟ କହୁଥିବା ଶୁଣିବାକୁ ମିଳିଛି।


କାର୍‌ରେ ଯିବା ବେଳେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ବୋଲି ହାଇକୋର୍ଟ ଦେଇଥିବା ରାୟ ସମ୍ପର୍କରେ ପୁଲିସ୍‌ ଅଧିକାରୀ ଉଭୟଙ୍କୁ ବୁଝାଇଥିଲେ। ତଥାପି ସେମାନେ ଚିତ୍କାର କରିବା ସହ ପୁଲିସ୍‌ ସହ ଦୀର୍ଘ ସମୟ ଧରି ଯୁକ୍ତି କରିଥିଲେ। ଏଥିସହ ପୁଲିସ୍‌ର ସାହାସ ଅଛି ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଖୁ ବୋଲି ଆଭା ଚ୍ୟାଲେଞ୍ଜ କରିଥିଲେ।

ଯୁକ୍ତିତର୍କ ବଢ଼ିବାରୁ ପୁଲିସ୍‌ ଅଧିକାରୀମାନେ ମହିଳା କର୍ମଚାରୀଙ୍କୁ ଡାକିଥିଲେ। ମହିଳା ପୁଲିସ୍‌ କର୍ମଚାରୀ ଆଭାଙ୍କୁ କାବୁ କରିବା ସହ ନିକଟସ୍ଥ ଥାନାକୁ ନେଇଥିଲେ। ପଙ୍କଜ ମଧ୍ୟ ସେଠାକୁ ଯାଇଥିଲେ। ପୁଲିସ୍‌ ଉଭୟଙ୍କ ନାଁରେ କରୋନା କଟକଣା ଉଲ୍ଲଙ୍ଘନ ଓ କାର୍ଯ୍ୟରତ ପୁଲିସ୍‌ ସହ ଯୁକ୍ତିତର୍କ କରିବା ଭଳି ମାମଲା ରୁଜୁ କରିଛି। ଏଥିସହ ଉଭୟଙ୍କୁ ଗିରଫ କରିଛି ଓ ଆଜି କୋର୍ଟରେ ହାଜର କରିବ ବୋଲି କହିଛି।

The post ମାସ୍କ ପିନ୍ଧି ନଥିବାରୁ ଦମ୍ପତିଙ୍କୁ ଅଟକାଇଲା ପୁଲିସ୍‌, ଯୁକ୍ତିତର୍କ ପରେ ମହିଳା କହିଲେ ସ୍ୱାମୀଙ୍କୁ କିସ୍‌ କରିବି appeared first on Odisha Reporter.



from Odisha Reporter https://ift.tt/3gmoe6A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages