୨୦୧୫ ପରେ ଧୋନିଙ୍କ ସହିତ ଘଟିଲା ପୁଣି ସେହି ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 10, 2021

୨୦୧୫ ପରେ ଧୋନିଙ୍କ ସହିତ ଘଟିଲା ପୁଣି ସେହି ଘଟଣା

ମୁମ୍ବାଇ: ଚଳିତ ଆଇପିଏଲ୍‌ ସିଜିନ୍‌ରେ ଗତକାଲି ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରି ଯାଇଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ। ଚେନ୍ନାଇ ୭ ୱିକେଟ୍‌ରେ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିବା ବେଳେ ୨୦୧୫ ଆଇପିଏଲ୍‌ ପରେ ଧୋନିଙ୍କ ସହିତ ଏକ ଘଟଣାର ପୁନରାବୃତ୍ତି ଘଟିଛି।

ଗତକାଲି ସୁରେଶ ରାଇନା ଆଉଟ୍ ହୋଇଯିବା ପରେ ପଡ଼ିଆକୁ ଓହ୍ଲାଇଥିଲେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ତାଙ୍କ ଉପରେ ଥିଲା ସମସ୍ତଙ୍କ ନଜର। କାରଣ ଖେଳ ଆହୁରି ୫ ଓଭର ବାକି ଥିବା ବେଳେ ସେ କ୍ରିଜ୍‌କୁ ଆସିଥିଲେ। ତେଣୁ ସେ କିଛି ବଡ଼‌ ହିଟ୍ ମାରିବେ ବୋଲି ସମସ୍ତେ ଆକଳନ କରିଥିଲେ। କିନ୍ତୁ ସେମିତି କିଛି ଘଟିଲାନି। ଧୋନି ତାଙ୍କ ଫ୍ୟାନ୍‌ମାନଙ୍କୁ ନିରାଶ କରିଥିଲେ। ଖାତା ଖୋଲିବା ପୂର୍ବରୁ ଅଭେଶ ଖାନ୍‌ଙ୍କ ବଲ୍‌ରେ ସେ କ୍ଲିନବୋଲ୍ଡ ହୋଇଯାଇଥିଲେ।

୨୦୧୫ ପରେ ପ୍ରଥମ ଥର ପାଇଁ ଗତକାଲି ଧୋନି ଆଇପିଏଲ୍‌ରେ ଏକ ମ୍ୟାଚ୍‌ରେ ଖାତା ଖୋଲିପାରି ନଥିଲେ। ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏକ ମ୍ୟାଚ୍‌ରେ ସେ ଶୂନରେ ଆଉଟ୍ ହୋଇଥିଲେ।

ପୂରା ଆଇପିଏଲ୍‌ରେ ଧୋନି ୪ ଥର ଶୂନରେ ଆଉଟ୍ ହୋଇଛନ୍ତି। ୨୦୧୦ ଆଇପିଏଲ୍‌ରେ ରାଜସ୍ଥାନ ରୋୟାଲ୍ସ ଓ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷ ଦୁଇଟି ମ୍ୟାଚ୍‌ରେ ସେ ଶୂନରେ ଆଉଟ୍ ହୋଇଥିଲେ।

ସୂଚନାଯୋଗ୍ୟ, ଗତକାଲି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୮୮ ରନ୍‌ କରିଥିଲା। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୩ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା। ଦିଲ୍ଲୀ ପକ୍ଷରୁ ଶିଖର ଧୱନ ସର୍ବାଧିକ ୮୫ ଓ ପୃଥ୍ୱୀ ଶ’ ୭୨ ରନ୍‌ର କରିଥିଲେ।

The post ୨୦୧୫ ପରେ ଧୋନିଙ୍କ ସହିତ ଘଟିଲା ପୁଣି ସେହି ଘଟଣା appeared first on Odisha Reporter.



from Odisha Reporter https://ift.tt/3s2v6Ik

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages