ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଲୁହା ରଡ୍ରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ବ୍ୟକ୍ତିଙ୍କ ନାଁ ପ୍ରକାଶ କୁଜୁରୁ। ତାଙ୍କୁ ୪୫ ବର୍ଷ ହୋଇଥିଲା। ତାଙ୍କ ପତ୍ନୀଙ୍କ ନାଁ ସୁଷମା କୁଜୁର।
ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ କୁଜୁର ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। କିନ୍ତୁ କରୋନା ଯୋଗୁ ସେ ଫେରି ଆସି ଘରେ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲେ। କିନ୍ତୁ ସେ ପ୍ରତିଦିନ ମଦ ପିଇ ଘରକୁ ଆସୁଥିଲେ ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା କରୁଥିଲେ।
ଗତକାଲି ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପ୍ରକାଶ ତାଙ୍କ ପତ୍ନୀଙ୍କ ମୋବାଇଲ ନେଇ ଯାଇଥିଲେ। ତେବେ ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା। ଉତ୍କ୍ଷିପ୍ତ ସୁଷମା ଏକ ଲୁହା ରଡ୍ରେ ପ୍ରକାଶଙ୍କ ମୁଣ୍ଡକୁ ଜୋରରେ ପିଟି ଦେଇଥିଲେ। ଘଟଣାସ୍ଥଳରେ ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ତଳସରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସୁଷମାଙ୍କୁ ଥାନାରେ ଅଟକ ରଖିଛି। ପୁଲିସ୍ ଘଟଣାର ଖୋଳତାଡ଼ କରୁଛି।
ସୂଚନାଯୋଗ୍ୟ, ସୁଷମା ଓ ମୃତ ପ୍ରକାଶଙ୍କ ୨ ପୁଅଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି।
The post ସ୍ତ୍ରୀର ଲୁହା ରଡ୍ ମାଡ଼ରେ ସ୍ୱାମୀ ମୃତ appeared first on Odisha Reporter.
from Odisha Reporter https://ift.tt/327r5b7
No comments:
Post a Comment