ବିସ୍କୁଟ ଆଣିବାକୁ ଯାଇଥିଲେ ନାବାଳିକା, ଡାକି ନେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ବିସ୍କୁଟ ଆଣିବାକୁ ଯାଇଥିଲେ ନାବାଳିକା, ଡାକି ନେଲେ ଯୁବକ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିସ୍କୁଟ ଆଣିବା ପାଇଁ ଦୋକାନକୁ ଯାଇଥିବା ଜଣେ ୧୨ ବର୍ଷୀୟା ନାବାଳିକା ଦୁର୍ଷ୍କର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏପରି ଲଜ୍ଜାଜନକ ଘଟଣା ଷ୍ଟିଲ ସିଟି ରାଉରକେଲାର ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଏକ ବସ୍ତିରେ ଘଟିଛି।

ଗତ ୪ ଦିନ ପୂର୍ବରୁ ବସ୍ତିରେ ଜଣେ ନାବାଳିକା ବିସ୍କୁଟ କିଣିବା ପାଇଁ ଘର ନିକଟ ଦୋକାନକୁ ଯାଇଥିଲେ। ନାବାଳିକା ଏକୁଟିଆ ଯାଉଥିବା ଦେଖି  ସେହି ବସ୍ତିରେ ରହୁଥିବା କରନ ଲାକ୍ରା ନାମକ ଯୁବକ ତାଙ୍କୁ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଘଟଣାକୁ କାହାକୁ ନ କହିବା ପାଇଁ ନାବାଳିକାକୁ ଧମକ ଦେଇଥିଲା।

ଭୟରେ ନାବାଳିକାଜଣଙ୍କ ଘଟଣା ବିଷୟରେ ଘରେ ଜଣାଇ ନଥିଲା। ଦେହ ଅସୁସ୍ଥ ହେବାରୁ ଘର ଲୋକଙ୍କୁ ସନ୍ଦେହ ହୋଇଥିଲା। ପରେ ପଚାରିବାରୁ ନାବାଳିକାଜଣଙ୍କ ସତ ସବୁ କଥା କହିଥିଲେ। ବନ୍ଧମୁଣ୍ଡା ପୁଲିସ୍‌ ଅଭିଯୋଗ କୁ ଆଧାର କରି ଅଭିଯୁକ୍ତ ଯୁବକ କରନ ଲାକ୍ରାକୁ ଗିରଫ କରିଛି।

The post ବିସ୍କୁଟ ଆଣିବାକୁ ଯାଇଥିଲେ ନାବାଳିକା, ଡାକି ନେଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/3dhxRBo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages