ଆଜି ରାତିଠୁ ‘ବ୍ରେକ୍ ଦ ଚେନ୍’ ଅଭିଯାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ଆଜି ରାତିଠୁ ‘ବ୍ରେକ୍ ଦ ଚେନ୍’ ଅଭିଯାନ

ମୁମ୍ୱାଇ: ମହାରାଷ୍ଟ୍ରରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଆଜିଠାରୁ ସାରା ରାଜ୍ୟରେ ୧୪୪ ଧାରା ଲାଗୁ ହେବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ଏହି କଟକଣା ଆସନ୍ତା ୧୫ ଦିନ ପାଇଁ ଲାଗୁ ହେବ। ଆଜି ମହାରାଷ୍ଟ୍ରରେ ୬୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି।

କରୋନା ସଂକ୍ରମଣ ରୋକିବା ପାଇଁ ମହାରାଷ୍ଟ୍ର ସରକାର ଏଭଳି ପଦକ୍ଷେପକୁ ‘ବ୍ରେକ୍ ଦ ଚେନ୍’ ଅଭିଯାନ କହିଛନ୍ତି। ଏବେ ବିନା କାରଣରେ ଲୋକମାନେ ଘରୁ ନବାହାରିବାକୁ ନିବେଦନ କରିଛନ୍ତି ଉଦ୍ଧବ। ଏଥିସହ ମହାରାଷ୍ଟ୍ରରେ ଯିବା ଆସିବା ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ। ରେଷ୍ଟୁରାଣ୍ଟରେ ଖାଇବା ଉପରେ କଟକଣା ଲଗାଇ ଅନ୍ ଲାଇନ୍ ଡେଲିଭରିକୁ ଗୁରୁତ୍ୱ ଦେଇଛନ୍ତି ମହାରାଷ୍ଟ୍ର ସରକାର।

ଏହି ସମୟରେ ଜରୁରି ସେବାକୁ ଛାଡ଼ି ଅନ୍ୟ ସମସ୍ତ ଅଫିସ୍ ୧୫ ଦିନ ବନ୍ଦ ରହିବ। ଇ-କମର୍ସ ସେବା, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ପରିବହନ ସେବା ଚାଲୁ ରହିବ।  ଗଣମାଧ୍ୟମ ପ୍ରତିନିଧିଙ୍କ ଯିବା ଆସିବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବା ମିଳିବ। ସପିଂ ସେଣ୍ଟର, ମଲ୍, ଫିଲ୍ମ ସୁଟିଂ, ବେଳାଭୂମି ବନ୍ଦ ରହିବ। ଏହା ସଂପୂର୍ଣ୍ଣ ଲକଡାଉନ ନୁହେଁ ବରଂ କଡ଼ା କଟକଣା ବୋଲି ସରକାର କହିଛନ୍ତି। ଜୀବୀକା ସହିତ ଲୋକଙ୍କ ଜୀବନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ  ତେଣୁ ଏଭଳି କଡ଼ା ପଦକ୍ଷେପ ନେବାକୁ ପଡ଼ିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

ବିପିଏଲ ଉପୋଭକ୍ତାଙ୍କୁ ତିନି ମାସ ପାଇଁ ମାଗଣାରେ ରାଶନ ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି। ୧୨ ଲକ୍ଷ ମଜୁରିଆଙ୍କୁ ସରରକାର ୧୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି। ଯେଉଁଥିରେ ବୁଲାବିକାଳି ମଧ୍ୟ ରହିଛନ୍ତି। ମହାରାଷ୍ଟ୍ରରେ ୧୨୦୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଉତ୍ପାଦିତ ହେଉଛି। ବାକି ରାଜ୍ୟରୁ ଅକ୍ସିଜେନ ଆଣିବା ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି।

The post ଆଜି ରାତିଠୁ ‘ବ୍ରେକ୍ ଦ ଚେନ୍’ ଅଭିଯାନ appeared first on Odisha Reporter.



from Odisha Reporter https://ift.tt/3tcRVKK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages