ଛାତ୍ରୀ କଲେ ଛାତ୍ରୀଙ୍କୁ ରାଗିଂ, ଓଡ଼ିଶା ଡେଇଁ ଦିଲ୍ଲୀରେ ପହଞ୍ଚିଲା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ଛାତ୍ରୀ କଲେ ଛାତ୍ରୀଙ୍କୁ ରାଗିଂ, ଓଡ଼ିଶା ଡେଇଁ ଦିଲ୍ଲୀରେ ପହଞ୍ଚିଲା ଅଭିଯୋଗ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ସରକାରୀ ହୋମିଓପ୍ୟାଥିକ୍‌ କଲେଜରେ ରାଗିଂ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବିରୋଧରେ ଛାତ୍ରୀ ଆଣିଲେ ରାଗିଂ ଅଭିଯୋଗ। ଗତ ୧ତାରିଖରେ ଏନେଇ ଦିଲ୍ଲୀର ନ୍ୟାସନାଲ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇ ଥିଲା । ଅଭିଯୋଗ ଆଧାରରେ କଲେଜ ଆଣ୍ଟି ରାଗିଂ ସେଲ ପକ୍ଷରୁ ତଦନ୍ତ ଜାରି ରହିଛି।
୫ ଜଣ ଛାତ୍ରୀଙ୍କ ସହ ଜଣେ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆସିଛି। ଗତ ମାର୍ଚ୍ଚ ୩୧ରେ ୨ ଗୋଷ୍ଠୀ ଛାତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇ ଥିଲା। ବିବାଦ ନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା ବୋଲି ହୋମିଓପ୍ୟାଥିକ୍ କଲେର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସିଂଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀର ଆଣ୍ଟି ରାଗିଂ ସେଲରୁ ଏକ ଫୋନ୍‌ କଲ ଆସିଥିଲା।

ଏହା ପରେ ଅମେ ଜାଣିବାକୁ ପାଇଲୁ ରାଗିଂ ବିଷୟରେ ନେଇ ଏକ ଅଭିଯୋଗ ହୋଇଛି। କିନ୍ତୁ ରାଗିଂକୁ ନେଇ ସୁପରିଟେଣ୍ଟେଣ୍ଟ କିମ୍ବା ମୋ ପାଖରେ ଅଭିଯୋଗ ହୋଇ ନାହିଁ। ଆମକୁ କୌଣସି ଲିଖିତ ଅଭିଯୋଗ ଦିଆଯାଇ ନାହିଁ। ଏହା ଛାତ୍ରୀନିବାସରେ ହୋଇଛି। ତେବେ କାହାରି ନା ପ୍ରକାଶ କରିବାକୁ ମନା କରିଛନ୍ତି ଆଣ୍ଟି ରାଗିଂ ସେଲ। ୫ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଆସିଛି। ତେବେ କଲେଜରେ ଥିବା ଆଣ୍ଟି ରାଗିଂ ସେଲ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ରିପୋର୍ଟ ଖୁବ୍‌ ଶୀଘ୍ର ଦିଅଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି।

The post ଛାତ୍ରୀ କଲେ ଛାତ୍ରୀଙ୍କୁ ରାଗିଂ, ଓଡ଼ିଶା ଡେଇଁ ଦିଲ୍ଲୀରେ ପହଞ୍ଚିଲା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3mcV8r6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages