ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପଶ୍ଚିମରେ ଜାଳୁଛି। ଉପକୂଳରେ କମିଛି। ଗତକାଲି ପଶ୍ଚିମ ଓଡ଼ିଶାର ୧୧ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିଲା । ୪୩ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ବୌଦ୍ଧ। ତାସହ ବଲାଙ୍ଗିରରେ ୪୨.୨ ଓ ମାଲକାନଗିରିରେ ୪୨ ଡିଗ୍ରୀ ସେଲସିୟସ ତାମପାତ୍ରା ରେକର୍ଡ କରାଯାଇଛି। ତେବେ ଉପକୂଳ ଓଡ଼ିଶାରେ କିନ୍ତୁ କୌଣସି ସହର ୪୦ ଡିଗ୍ରୀ ଛୁଇଁ ନାହିଁ । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୧, ତାଳଚେରରେ ୪୧.୫ ଓ ଟିଟିଲାଗଡ଼ରେ ୪୧.୨ ଡିଗ୍ରୀ ରେକର୍ଡ ହୋଇଛି।
ସେହିଭଳି ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ହୀରାକୁଦରେ ୪୦.୫ ଓ ଭବାନୀପାଟଣାରେ ୪୦.୫ ଡିଗ୍ରୀ ରହିଥିଲା। ବାଲେଶ୍ୱରର ସର୍ବାଧିକ ତାପମାତ୍ରା ୩୫.୭ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୬.୨, ପାରାଦୀପରେ ୩୨.୬, ଗୋପାଳପୁରରେ ୩୪, ପୁରୀରେ ୩୨.୮, ଅନୁଗୋଳରେ ୩୯.୧, କେନ୍ଦୁଝରରରେ ୩୮.୨, କୋରାପୁଟରେ ୩୭.୨, ଫୁଲବାଣୀରେ ୩୯.୪, ସୋନପୁରରେ ୩୯.୮, ଦାରିଙ୍ଗବାଡ଼ିରେ ୩୬.୫, ନୟାଗଡ଼ରେ ୩୮, ଛତ୍ରପୁରରେ ୩୩ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ସେଲ୍ସିୟସ ରହିଥିଲା।
ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି, ଆସନ୍ତା କିଛି ଦିନ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇ ଧୀରେ ଧୀରେ ତାତି କମିବ। ଓଡ଼ିଶା ଉପରେ ଏକ ସାଇକ୍ଲୋନିକ୍ ସର୍କୁଲେସନ ରହିଛି । ଯାହାର ପ୍ରଭାବରେ ପବନ ବହୁଥିବାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଣ୍ଟିଗ୍ରେଡ୍ କମିବ। ତାସହ ଉପକୂଳରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହିତ ବର୍ଷାର ବି ସମ୍ଭାବନା ଅଛି।
The post ଓଡ଼ିଶା ଉପରେ ସାଇକ୍ଲୋନିକ୍ ସର୍କୁଲେସନ appeared first on Odisha Reporter.
from Odisha Reporter https://ift.tt/39DdzQt
No comments:
Post a Comment