କରୋନାରେ ସଂକ୍ରମିତ ମୋହନ ଭାଗବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 9, 2021

କରୋନାରେ ସଂକ୍ରମିତ ମୋହନ ଭାଗବତ

ନାଗପୁର: କରୋନାରେ ସଂକ୍ରମିତ ହୋଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ। ଆରଏସଏସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଗତକାଲି ସେ କରୋନାରେ ସଂକ୍ରମିତ ହେବା ପରେ ନାଗପୁରର କିଙ୍ଗଜଓ୍ୱେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ପଜିଟିଭ ହେବା ପୂର୍ବରୁ ତାଙ୍କ ପାଖରେ କରୋନାର ସମସ୍ତ ପ୍ରକାର ଲକ୍ଷଣ ଦେଖିବାକୁ ମିଳିଥିଲା।

ଏବେ ହସ୍ପିଟାଲର କୋଭିଡ ଓ୍ୱାର୍ଡରେ ମୋହନ ଭାଗବତ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏକ ଡାକ୍ତରୀ ଟିମ୍ ଭାଗବତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ଆରଏସଏସର ନାଗପୁର ଶାଖାର ଜଣେ ସଂଘ ସଦସ୍ୟ ଏହି ସୂଚନା ଦେଇଛନ୍ତି।ତେବେ ମାର୍ଚ୍ଚ ୬ରେ ମୋହନ ଭାଗବତ କରୋନାର ପ୍ରଥମ ଟିକା ନେଇଥିଲେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ନାଗପୁରରେ ବିଗତ ୨୪ ଘଣ୍ଟାରେ ୬ ହଜାର ୪୮୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୧୭୫ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ନାଗପୁରରେ ମୋଟ୍ ୨ ଲକ୍ଷ ୬୬ ହଜାର ୨୨୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୨ ଲକ୍ଷ ୧୧ ହଜାର ୨୩୬ ଜଣ ଆରୋଗ୍ୟ ହୋଇଥିବା ବେଳେ ୪୯ ହଜାର ୩୪୭ ଜଣ ଚିକିତ୍ସାଧୀନ ରହିଛନ୍ତି। ମୋଟ୍ ୫ ହଜାର ୬୪୧ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

The post କରୋନାରେ ସଂକ୍ରମିତ ମୋହନ ଭାଗବତ appeared first on Odisha Reporter.



from Odisha Reporter https://ift.tt/2PHCRXb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages