ମହାରାଷ୍ଟ୍ର ପରେ ରାଜଧାନୀରେ ବି କର୍ଫ୍ୟୁ, ଶୁକ୍ରବାର ରାତିରୁ ଲାଗୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

ମହାରାଷ୍ଟ୍ର ପରେ ରାଜଧାନୀରେ ବି କର୍ଫ୍ୟୁ, ଶୁକ୍ରବାର ରାତିରୁ ଲାଗୁ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ଦେଖି ମହାରାଷ୍ଟ୍ର ପରେ ଦିଲ୍ଲୀ ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଶୁକ୍ରବାର (ଏପ୍ରିଲ ୧୭) ରାତି ୧୦ଟାରୁ ସୋମବାର ସକାଳ ୬ଟା ଯାଏ ଏହି କର୍ଫ୍ୟୁ ଲାଗୁ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏବଂ ଏଲଜି ଅନୀଲ ବାଇଜଲ ବୈଠକ କରିବାପରେ ଏହି ନିଷ୍ପତ୍ତି ନେଇଛନ୍ତି।

ସାପ୍ତାହିକ କର୍ଫ୍ୟୁରେ ଜରୁରୀ ସେବା ପ୍ରଭାବିତ ହେବ ନାହିଁ। ବିବାହ କାର୍ଯ୍ୟକ୍ରମ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଏଥିପାଇଁ ପାସ୍ ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଯଦି ଲୋକମାନେ ଗୁରୁତର ଅସୁସ୍ଥ ହେବେ ତେବେ ଦିଲ୍ଲୀରେ ବେଡ୍ ମିଳିବା ଉଚିତ୍। ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନା ଯିବା ପାଇଁ ଆକ୍ରାନ୍ତ ଜିଦ୍ କରିପାରିବେ ନାହିଁ ବୋଲି ସରକାର କହିଛନ୍ତି। ଛୁଟି ଦିନରେ ବାହାରକୁ ବୁଲିବାକୁ ନଯିବାକୁ ସରକାରଙ୍କ ଘୋଷଣା କରିଛନ୍ତି। ସିନେମା ହଲ୍ ଗୁଡିକ ୩୦ ପ୍ରତିଶତ କ୍ଷମତା ସହିତ ଚାଲିବ। ଡାକ୍ତରଖାନା ଗୁଡ଼ିକରେ ଅକ୍ସିଜେନ ବୃଦ୍ଧିକୁ ନେଇ ସରକାର ପଦକ୍ଷେପ ନେଉଥିବା କହିଛନ୍ତି।

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୭, ୨୮୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୧୦୪ ଜଣଙ୍କର ମୃତ୍ୟୁ ହୋଇଛି। ହେଲେ ଆରୋଗ୍ୟ ହାର ୧୫.୯୨ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ନଭେମ୍ବର ୧୫ ରେ ଏହି ହାର ୧୫.୩୩ ପ୍ରତିଶତରେ ରେକର୍ଡ କରାଯାଇଥିଲା।

ଏମ୍ସର ଜଣେ ଡାକ୍ତର କହିଛନ୍ତି ଯେ ଯଦି କରୋନା ମାମଲା ସମାନ ବେଗରେ ବଢ଼ିବ ତେବେ ଚିକିତ୍ସା ଭିତ୍ତିଭୂମି ନଷ୍ଟ ହୋଇଯିବ। ଡାକ୍ତର କହିଛନ୍ତି, ରାଜଧାନୀର ଅଧିକାଂଶ ପ୍ରମୁଖ ଡାକ୍ତରଖାନାରେ ଆଇସିୟୁ ବେଡ୍ ନାହିଁ। ଏବେ ମହାମାରୀ କମିବା ନେଇ କୌଣସି ପ୍ରାକ ସୂଚନା ମିଳିନାହିଁ।

ଏବେ ଦିଲ୍ଲୀରେ ୫୦,୭୩୬ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୨୪,୧୫୫ (୫୦%) ରୋଗୀ ଘରେ ଆଇସୋଲେସନରେ ରହିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ୧୫ ହୋଟେଲକୁ ଘରୋଇ ଡାକ୍ତରଖାନା ସହ ଯୋଡି ‘କୋଭିଡ ହସ୍ପିଟାଲ’ରେ ପରିଣତ କରିଛନ୍ତି ସରକାର। ଏହି ହୋଟେଲ ଗୁଡ଼ିକୁ ଡାକ୍ତରଖାନାରେ ପରିଣତ କରି ପ୍ରାୟ ୩୦୦୦ ବେଡ୍ ବ୍ୟବସ୍ଥା କରାଯାଇଛି। ଏଥିସହ ଦିଲ୍ଲୀ ସରକାର ଯମୁନା ସ୍ପୋର୍ଟସ କମ୍ପ୍ଲେକ୍ସ, ଗୋଟିଏ ସ୍କୁଲ ଏବଂ ଅନେକ ବିବାହ ମଣ୍ଡପର ହଲକୁ ଅସ୍ଥାୟୀ କୋଭିଡ ଡାକ୍ତରଖାନାରେ ପରିଣତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

The post ମହାରାଷ୍ଟ୍ର ପରେ ରାଜଧାନୀରେ ବି କର୍ଫ୍ୟୁ, ଶୁକ୍ରବାର ରାତିରୁ ଲାଗୁ appeared first on Odisha Reporter.



from Odisha Reporter https://ift.tt/3uSlCBj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages