ନୂଆଦିଲ୍ଲୀ: ଦେଶରେ କରୋନାର କହର ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। । ଗତବର୍ଷ ତୁଳନାରେ ଚଳିତଥର ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ତଥା ପରାମର୍ଶଦାତା ବିଜୟ ରାଘବନ ଏକ ଜତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ ଭାରତରେ ଦେଖାଦେଇଥିବା କୋଭିଡର ‘ଡବଲ ମ୍ୟୁଟାଣ୍ଟ’କୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏହି ମ୍ୟୁଟାଣ୍ଟ ପାଇଁ ଦେଶରେ କରୋନା ଘାଇଁ ଘାଇଁ ହୋଇ ବ୍ୟାପୁ ଥାଇପାରେ ବୋଲି ଆକଳନ କରିଛନ୍ତି। ହେଲେ ଏଯାବତ ସ୍ପଷ୍ଟ ହୋଇନି କେଉଁ କାରଣ ପାଇଁ ଚଳିତ ଥର ମହାମାରୀ ଶୀଘ୍ର ବ୍ୟାପୁଛି।
ବିଜୟ ରାଘବନ୍ କହିଛନ୍ତି ଯେ, ଡବଲ୍ ମ୍ୟୁଟେଣ୍ଟ ବା ମ୍ୟୁଟେସନ୍ ଭାଇରସ ଅନେକ ଲୋକଙ୍କଠାରେ ଦେଖିବାକୁ ମିଳିଛି। ଏହି ଭାଇରସ ପରିବର୍ତ୍ତନଶୀଳ। ଏହା ମଣିଷର ଶରୀର ଉପରେ ବହୁତ ଶୀଘ୍ର ପ୍ରଭାବ ପକାଇଥାଏ। କାହିଁକି ଏହି ମ୍ୟୁଟାଣ୍ଟ ପରିବର୍ତ୍ତନଶୀଳ ତାକୁ ବୁଝିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।
ଜିନୋମ ସିକୋଭେସିଂହ ଜରିଆରେ ଭାରତରେ ଏହି ଡବଲ ମ୍ୟୁଟାଣ୍ଚ ବାବଦରେ ଜଣାପଡ଼ିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ଯେ ମ୍ୟୁଟେସନ ଦୁଇ ପ୍ରକାର ଚିହ୍ନଟ ହୋଇଛି। ଗୋଟିଏ E484Q ଏବଂ ଅନ୍ୟଟି L452R। ଏହି ନୂଆ ମ୍ୟୁଟାଣ୍ଟ ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ କମାଇଦିଏ। ଆଉ ପୂର୍ବ ଅପେକ୍ଷା ଏହା ଶରୀରକୁ ଅଧିକ ପ୍ରଭାବିତ କରିଥାଏ। ମାର୍ଚ୍ଚ ୨୪ରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ଯେ ମହାରାଷ୍ଟ୍ରର ୨୦୬ ନମୁନାରେ ଏହି ପ୍ରକାର ମ୍ୟୁଟାଣ୍ଟ ଦେଖିବାକୁ ମିଳିଥିଲା। ଏପ୍ରିଲ୍ ୭ରେ ମହାରାଷ୍ଟ୍ରରୁ ଏପରି ମାମଲା ସାମ୍ନାକୁ ଆସିଛି।
ବୁଧବାର, ଝାଡଖଣ୍ଡର ୯ଟି ୟୁକେ ଷ୍ଟ୍ରେନ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୪ଟି ନମୁନାରେ ଡବଲ୍ ମ୍ୟୁଟାଣ୍ଟ ରହିଛି। ଏହି ଭାଇରସର ନୂଆ ମାମଲା ବୁଝିବାକୁ ହେଲେ SARS-CoV-2 ଜେନୋମ କଂସୋର୍ଟିୟମ୍ (INSACOG) ଦ୍ୱାରା ଏହାର ଗବେଷଣା ହେଉଛି। INSACOG ହେଉଛି ୧୦ ଟି ଭାରତୀୟ ଲ୍ୟାବର ଏକ ସମୂହ। ଯାହାକୁ ଗତ ବର୍ଷ ଡିସେମ୍ବର ୨୫ରେ କେନ୍ଦ୍ର ସରକାର ତିଆରି କରିଥିଲେ।
କରୋନାର ନୂଆ ରୂପ
ଡାକ୍ତରଙ୍କ କହିବା ଅନୁଯାୟୀ, କରୋନା ଭାଇରସର ନ୍ୟୁ ଷ୍ଟ୍ରେନ୍ ଏଥର ଭାଇରାଲ୍ ଜ୍ୱର, ପେଟ ଯନ୍ତ୍ରଣା, ଝାଡ଼ା, ଆଖିକୁ ଭଲ ଭାବରେ ଦେଖାନଯିବା, ଗ୍ୟାସ୍, ବାନ୍ତି, ଭୋକ କମିଯିବା, ଶରୀର ଯନ୍ତ୍ରଣା ଭଳି ଲକ୍ଷଣ ସହିତ ଆସିଥିଲା। କିନ୍ତୁ ସଂକ୍ରମଣ ବୃଦ୍ଧି ପାଇବା ପରେ ଏବେ କରୋନାର ଅନ୍ୟ କିଛି ଲକ୍ଷଣ ମଧ୍ୟ ସାମ୍ନାକୁ ଆସିଛି। ଯାହାକି ସିଧାସଳଖ କାନ ଏବଂ ଆଖି ଉପରେ ପ୍ରଭାବ ପକାଉଛି।
ସୂଚନାଯୋଗ୍ୟ ଯେ SGPGI ଏବଂ KGMU ସମେତ ଅନେକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ପାଖରେ ଶ୍ରବଣ ସମସ୍ୟା ଦେଖାଦେଉଛି। ଡାକ୍ତରମାନେ କହିଛନ୍ତି ଯେ ଏଠାରେ ଅନେକ ରୋଗୀ ଅଛନ୍ତି ଯେଉଁମାନେ ଉଭୟ କାନରେ ଭଲ ଭାବରେ ଶୁଣି ପାରୁ ନାହାନ୍ତି। ଏହା ବ୍ୟତୀତ ଆଉ କିଛି ବ୍ୟକ୍ତିଙ୍କୁ କମ୍ ଦେଖାଯାଉଥିବାର ଅଭିଯୋଗ ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଗୁରୁତର ଅବସ୍ଥା ହେଲେ କରୋନା ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ରୂପ ବଦଳାଇବା ପରେ ଚିନ୍ତା ବଢ଼ାଇଛି। ଲକ୍ଷ୍ନୈାର ଆରଏମଏଲ ହସ୍ପିଟାଲର ଚିକିତ୍ସା ବିଭାଗର ମୁଖ୍ୟ ଡାକ୍ତର ବିକ୍ରମ ସିଂ କହିଛନ୍ତି ଯେ କରୋନା ଭାଇରସର ଦ୍ୱିତୀୟ ଷ୍ଟ୍ରେନ୍ ଲୋକଙ୍କୁ ଅଧିକ ଅସୁସ୍ଥ କରୁଛି। ଏହି କାରଣରୁ ରୋଗୀମାନେ ବାନ୍ତି, ଝାଡ଼ା, ଗ୍ୟାସ୍, ଅଦୃଶ୍ୟତା, ଶରୀରର ଯନ୍ତ୍ରଣା, ଶ୍ରବଣ ସମସ୍ୟାର ସମ୍ମୁଖିନ ହେଉଛନ୍ତି।
The post ଭାରତରେ କରୋନାର ତାଣ୍ଡବ; ‘ଡବଲ ମ୍ୟୁଟାଣ୍ଟ’ କ’ଣ ଓ ଏହାର ଲକ୍ଷଣ ଜାଣନ୍ତୁ appeared first on Odisha Reporter.
from Odisha Reporter https://ift.tt/3mO6YIs
No comments:
Post a Comment