ପିପିଇ କିଟ୍‌ରେ ପଡ଼ିଲା ହାତଗଣ୍ଠି, ବିବାହ ପରେ ସମସ୍ତେ ହୋମ୍ ଆଇସୋଲେସନ୍‌ରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 26, 2021

ପିପିଇ କିଟ୍‌ରେ ପଡ଼ିଲା ହାତଗଣ୍ଠି, ବିବାହ ପରେ ସମସ୍ତେ ହୋମ୍ ଆଇସୋଲେସନ୍‌ରେ

ଭୋପାଲ: ‍ବିବାହ ପାଇଁ ସଜା ହେଲା ବେଦୀ। ବ୍ରାହ୍ନଣ, ବନ୍ଧୁ ପରିଜନ ସମସ୍ତେ ଉପସ୍ଥିତ ଥିଲେ। ମନ୍ତ୍ର ଉଚ୍ଚାରଣ ହେଲା, ହାତଗଣ୍ଠି ବି ପଡ଼ିଲା। ହେଲେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିନରେ ବରକନ୍ୟାଙ୍କ ବେଶ ପରିପାଟି, ସାଜସଜ୍ଜାରେ ନ ଥିଲା କୌଣସି ନୂତନତ୍ୱ। କାରଣ ବରକନ୍ୟା ପିପିଇ କିଟ୍‌ ପିନ୍ଧି ନିଆଁକୁ ସାକ୍ଷୀ ରଖି ପରସ୍ପରକୁ ସାତ ଜନ୍ମର ସାକ୍ଷୀ ରଖିଲେ। । ଏପରି କିଛି ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରତଲାମରେ ।

ଏହା ପଛର କାରଣ ବି ବେଶ୍‌ ରୋଚକ। କାରଣ ବିବାହର ଦିନକ ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ବର । ତେବେ ସମସ୍ତ ଆୟୋଜନ ସରିଥିବାରୁ ବିବାହକୁ ନ ଘୁଞ୍ଚାଇ ପିପିଇ ପିନ୍ଧି ପରସ୍ପର ବେକରେ ବରଣମାଳା ପକାଇଥିଲେ ବର ଓ କନ୍ୟା।

ବିବାହ କାର୍ଯ୍ୟକ୍ରମରେ ବହୁ କମ୍‌ ସଂଖ୍ୟକ ବ୍ୟକ୍ତି ଯୋଗ ଦେଇଥିଲେ । ଆଉ ସମସ୍ତେ ପିନ୍ଧିଥିଲେ ପିପିଇ କିଟ୍ । ଯେପରି ହିନ୍ଦୁ ରୀତିନୀତିରେ ବିବାହ ହୋଇଥାଏ ସେହିଭଳି ହିଁ ସମସ୍ତ ନୀତିକାନ୍ତି ସରିଥିଲା ବିବାହ । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହୋଇଥିଲା ବିବାହ ।ବିବାହ ପରେ ବରଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ହୋମ୍ ଆଇସୋଲେସନ୍‌କୁ ଯାଇଛନ୍ତି ।

The post ପିପିଇ କିଟ୍‌ରେ ପଡ଼ିଲା ହାତଗଣ୍ଠି, ବିବାହ ପରେ ସମସ୍ତେ ହୋମ୍ ଆଇସୋଲେସନ୍‌ରେ appeared first on Odisha Reporter.



from Odisha Reporter https://ift.tt/3eF7NQm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages