କରୋନା ବେଳେ ଭାରତକୁ ଦୋସ୍ତିର ହାତ ବଢ଼ାଇ ଧୋକା ଦେଲା ଚାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 26, 2021

କରୋନା ବେଳେ ଭାରତକୁ ଦୋସ୍ତିର ହାତ ବଢ଼ାଇ ଧୋକା ଦେଲା ଚାଇନା

ନୂଆଦିଲ୍ଲୀ: କରୋନା ବେଳେ ଚାଇନା ସମସ୍ତ ଦେଶକୁ ସହଯୋଗ କରିବ। ଭାରତକୁ ମଧ୍ୟ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ନିକଟରେ କହିଥିଲା। ହେଲେ ଏବେ ଭାରତକୁ ଆସୁଥିବା ନିଜ ଦେଶର କାର୍ଗୋ ବିମାନର ଉଡାଣ ଉପରେ ରୋକ୍ ଲଗାଇ ଦେଇଛନ୍ତି ଜିନପିଙ୍ଗ୍। ଏଥିସହ ଚାଇନା ସମସ୍ତ ସ୍ୱାସ୍ଥ୍ୟ ଉପକରଣର ଦାମ୍ ୩୦ରୁ ୪୦ ପ୍ରତିଶତ ବଢ଼ାଇ ଦେଇଛି। ଯାହାକି ସାରା ଦୁନିଆ ସାମ୍ନାରେ ଚାଇନାର ଅସଲ ଚରିତ୍ରକୁ ପୁଣିଥରେ ଉଜାଗର କରିଛି।

ଚାଇନାର ବୈଦେଶିକ ମନ୍ତ୍ରାଳୟ କହିଥିଲା ଯେ ସେମାନେ ଭାରତରୁ କରୋନା ପ୍ରସଙ୍ଗରେ ସହଯୋଗ କରିବାକୁ ପ୍ରସ୍ତୁତ। ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ୱାଙ୍ଗ ଓ୍ୱେନବିନ (Wang Wenbin) କହିଥିଲେ ଭାରତକୁ ସହଯୋଗ କରିବାକୁ ତାଙ୍କ ଦେଶ ପ୍ରସ୍ତୁତ। କୋଭିଡ୍ ସାରା ମାନବଜାତି ପାଇଁ ଶତ୍ରୁ। ଏହାକୁ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ହେବ। ଭାରତକୁ ସମସ୍ତ ପ୍ରକାର ଚିକିତ୍ସା ଉପକରଣ ପଠାଇବା ପାଇଁ ଚାଇନା ପ୍ରସ୍ତୁତ ବୋଲି ସେ କହିଛନ୍ତି। ହେଲେ ବେଜିଂ ନୂଆଦିଲ୍ଲୀ ଆଗରେ ସହଯୋଗ କରିବା ପାଇଁ ପ୍ରସ୍ତାବ ରଖିଛି କି ନାହିଁ ଓ୍ୱେନବିନ କହିନଥିଲେ। ଆଉ ଏହି କାରଣ ପାଇଁ ସେତେବେଳେ ଚାଇନା ସହଯୋଗ କରିବା କଥାକୁ ସହଜରେ ଗ୍ରହଣ କରିନଥିଲା ଭାରତ।

କାହିଁକି ଚାଇନା ଏଭଳି ନିଷ୍ପତ୍ତି ନେଲା?

ତେବେ ବିଭିନ୍ନ ରିପୋର୍ଟ ଅନୁଯାୟୀ ଚାଇନା ସହଯୋଗ କରିବ କହି ତାର ଟିକାକୁ ଭାରତରେ ବିକ୍ରି କରି ନିଜ ପକେଟ ଗରମ କରିବା ପାଇଁ ଉଦ୍ଦେଶ୍ୟ ରଖିଥିଲା। ଯାହାକୁ ନେଇ ଭାରତ ରାଜି ହୋଇନଥିଲା। କାରଣ ଏହି ଟିକା ନେବା ପରେ ଅନେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବାର ନଜିର ରହିଛି। ଆଉ ଏହି ସମୟରେ ଆମେରିକା ପ୍ରଥମେ ଭାରତକୁ ସହଯୋଗ କରିବ ନାହିଁ ବୋଲି କହିଥିଲା। ତେଣୁ ଏହି ମୌକାରେ ଭାରତକୁ ଦୋସ୍ତିର ହାତ ବଢ଼ାଇ ଆମେରିକାକୁ ଚେକ୍ ଦେବା ପାଇଁ ଜିନପିଙ୍ଗ୍ ଚିନ୍ତା କରିଥିଲେ।

ସେହିପରି ଆମେରିକା ଏବଂ ଋଷିଆ ମଧ୍ୟରେ ୟୁକ୍ରେନକୁ ନେଇ ବିବାଦ ଚାଲିଛି। ଆଉ ଚାଇନା ଏବେ ଋଷିଆ ସହିତ ନିରନ୍ତର ସମ୍ପର୍କ ବୃଦ୍ଧି କରିବାରେ ଲାଗିଛି। ଯାହାକି ଆମେରିକାକୁ ପରୋକ୍ଷରେ ଚେକ୍ ଦେଇଛି। ଏହି କ୍ରମରେ ଋଷିଆ ଏବେ କୋଭିଡ୍ ବେଳେ ଭାରତକୁ ସହଯୋଗ କରିବ ବୋଲି କହିଛି। ତେଣୁ ବେଜିଂ ମଧ୍ୟ ଭାରତକୁ ସହଯୋଗ କରିବ ବୋଲି କହିଥିଲା। ହେଲେ ସମ୍ପର୍କକୁ ସଜାଡ଼ି ପାଇଁ ଲକ୍ଷ୍ୟ ରଖିଥିବା ଡ୍ରାଗନର ମୂଳ ଉଦ୍ଦେଶ୍ୟ ଥିଲା ଟିକା ଓ ସ୍ୱାସ୍ଥ୍ୟ ଉପକରଣ ବିକ୍ରି। ଏହି ଦୁଇଟି ଜିନିଷ ଭାରତ ସହିତ ସମ୍ପର୍କ ଯୋଡ଼ିବାରେ ଫେଭିକଲ ଅଠା ହୋଇପାରିବ ବୋଲି ଜିନପିଙ୍ଗ ଭାବିଥିଲେ। କିନ୍ତୁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକାରେ ଥିବା ତାଙ୍କ ପ୍ରତିପକ୍ଷକକୁ ଗୋଟିଏ ଫୋନ୍ କଲ କରିବା ଏବଂ ଭାରତର କୂଟନୀତି ଆଗରେ ମୁଣ୍ଡ ନୁଆଁଁଇଥିଲେ ବାଇଡେନ। ଆଉ ଭାରତକୁ ସହଯୋଗ କରିବେ ବୋଲି କହିଛନ୍ତି। ଯେଉଁଥିପାଇଁ ଚାଇନା ଆଉ ଭାରତ ସହିତ ସମ୍ପର୍କ ନ ବଢାଇ ଏଭଳି ନିଷ୍ପତ୍ତି ନେଇଛି।

କୋଭିଡ ସଂକ୍ରମଣ ପ୍ରଥମେ ଚାଇନାର ଉହାନରୁ ଦେଖିବାକୁ ମିଳିଥିଲା। ଏହି ସମୟରେ ଚାଇାନର ସ୍ଥିତି ଏବେର ଭାରତ ଭଳି ଥିଲା। ହେଲେ ଅନେକ ଡାଟା ଚାଇନା ସାର୍ବଜନୀନ କରିନାହିଁ ବୋଲି ଅନ୍ତର୍ଜାତୀୟ ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଏହି ସମୟରେ ବେଜିଂକୁ ନୂଆଦିଲ୍ଲୀ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲା। ସେତେବେଳେ ଭାରତ ଚାଇନାକୁ ୧୫ ଟନ୍ ସ୍ୱାସ୍ଥ୍ୟ ସାମଗ୍ରୀ ବିତରଣ କରିଥିଲା। ଯେଉଁଥିରେ ମାସ୍କ, ଗ୍ଲୋଭସ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା। ଏହାର ମୂଲ୍ୟ ପ୍ରାୟ ୨.୧୧ କୋଟି ଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ଭାରତରେ ଚାଇନାର ରାଷ୍ଟ୍ରଦୂତ ସନ୍ ୱିଡୋଙ୍ଗ ଭାରତର ସହାୟତାକୁ ପ୍ରଶଂସା କରିଥିଲେ।

The post କରୋନା ବେଳେ ଭାରତକୁ ଦୋସ୍ତିର ହାତ ବଢ଼ାଇ ଧୋକା ଦେଲା ଚାଇନା appeared first on Odisha Reporter.



from Odisha Reporter https://ift.tt/3npV1ZZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages