ମାଟ୍ରିକ ପରୀକ୍ଷା ସସ୍‌ପେନ୍ସ: ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

ମାଟ୍ରିକ ପରୀକ୍ଷା ସସ୍‌ପେନ୍ସ: ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ସିବିଏସ୍‌ଇ ଦଶମ ପରୀକ୍ଷା ବାତିଲ କରିବା ପରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କ ନଜର। ଦେଶରେ ତଥା ବିଭିନ୍ନ ରାଜ୍ୟରେ ମହାମାରୀ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମାଟ୍ରିକ ପରୀକ୍ଷା ନେଇ କ’ଣ ପଦକ୍ଷେପ ନେବେ ରାଜ୍ୟ ସରକାର, ତାକୁ ନେଇ ଲାଗି ରହିଛି ସସ୍‌ପେନ୍ସ। ଏପରି ସ୍ଥିତିରେ ଅଭିଭାବକ ତଥା ମାଟ୍ରିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ  ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ମୁହାଁ ହୋଇଥିବା ବେଳେ ସୁରୁଖୁରରେ ମାଟ୍ରିକ ପରୀକ୍ଷା ପରିଚାଳନ ନେଇ ଦେଖାଦେଇଛି ଅନିଶ୍ଚିତତା। ତେଣୁ ସମସ୍ତ ଦ୍ୱିଧା ଦୂର କରିବାକୁ ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ।

ଏହାବ୍ୟତୀତ  ଆଜି ଅପରାହ୍ନ ସାଢେ ୫ଟାରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା ରହିଛି। ରାଜ୍ୟରେ କୋଭିଡ ସଂକ୍ରମଣ ବଢି ଚାଲିଥିବା ବେଳେ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ସମ୍ଭାବନା ରହିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।

ଏହାରି ଭିତରେ ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ଉପରେ ଚିହ୍ନଟ ହୋଇଛି। ସୁନ୍ଦରଗଡରୁ ସର୍ବାଧିକ ୬୩୧ ଜଣ ଆକ୍ରାନ୍ତ ରହିଛନ୍ତି। ଗତକାଲି ମୁଖ୍ୟ ସଚିବ ସୁନ୍ଦରଗଡ ଯାଇ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି।ଏଭଳି ସ୍ଥିତିରେ ରାଜ୍ୟା ପାଇଁ ଆଜି ସନ୍ଧ୍ୟାରେ  ବଡ ଘୋଷଣା କରିପାରନ୍ତି ମୁଖ୍ୟ ସଚିବ।

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ ସଂକ୍ରମଣ ଦୃତ ଗତିରେ ମାଡ଼ି ଚାଲିଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୮୯ ନୂଆ ଆକ୍ରାନ୍ତ। ଏଥିରୁ କ୍ୱାରେଣ୍ଟିନରୁ ୧୭୩୩ ଏବଂ ଲୋକାଲ କେସ୍ ରହିଛି ୧୨୫୬। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୮ ପଜିଟିଭ ସହ ଖୋର୍ଦ୍ଧା ରହିଛି ଦ୍ୱିତୀୟରେ। ସେହିପରି କଳାହାଣ୍ଡିରୁ ୨୬୦ ଏବଂ କଟକରୁ ୨୦୮ ଜଣ ପଜିଟିଭ୍ ବାହାରିଛନ୍ତି। ନୂଅାପଡ଼ା ୧୫୧, ସମ୍ବଲପୁର୧୪୮, ବରଗଡ଼ ୧୨୬ ଏବଂ ବଲାଙ୍ଗିରରୁ ୧୧୦ ଜଣ ରହିଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟର ୮ ଟି ଜିଲ୍ଲାରେ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧୪, ୬୨୧ ସକ୍ରିୟ ମାମଲା ରହିଛି। ସେପଟେ ଆଜି ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୫କୁ ବୃଦ୍ଧି ପାଇଛି।

The post ମାଟ୍ରିକ ପରୀକ୍ଷା ସସ୍‌ପେନ୍ସ: ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3mS3fK6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages