ସ୍ୱେରେଜ କାମ ବେଳେ ଅଘଟଣ, ଫସିଗଲେ ୩ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

ସ୍ୱେରେଜ କାମ ବେଳେ ଅଘଟଣ, ଫସିଗଲେ ୩ ଶ୍ରମିକ

କଟକ(ଓଡ଼ିଶା ରିପୋର୍ଟର): କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ୍ କାମ ଚାଲିଥିବା ବେଳେ ଆଜି ଏକ ବଡ଼ ଅଘଟଣ ଘଟିଛି। ସ୍ୱେରେଜ କାମ ବେଳେ ୩ ଜଣ ଫସିଯାଇଥିବା ଜଣାଯାଇଛି । ଦୀର୍ଘ ସମୟ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଆଜି  ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ୍ କାମ  ଚାଲିଥିବା ବେଳେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଏହି ଅଘଟଣ ଘଟିଥିଲା। ପ୍ରଥମେ ଜଣେ ଶ୍ରମିକ ପ୍ରାୟ ୧୦ରୁ ୧୫ ଫୁଟ ଭିତରକୁ ପଶିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ଯାଇଥିଲେ। ଏହାପରେ ୨ ଜଣ ଫସିଯିବାରୁ ତୃତୀୟ ଶ୍ରମିକ ଭିତରକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ନ ଫେରିବାରୁ ଉପସ୍ଥିତ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

କିଛି ଦିନ ପୂର୍ବେ ଭୁବନେଶ୍ୱରରେ ମଧ୍ୟ ସମାନ ଘଟଣା ଘଟିଥିଲା। ଟଙ୍କପାଣି ରୋଡରେ ସ୍ୱେରେଜ କାମ ଚାଲିଥିବା ବେଳେ ୨ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ।

The post ସ୍ୱେରେଜ କାମ ବେଳେ ଅଘଟଣ, ଫସିଗଲେ ୩ ଶ୍ରମିକ appeared first on Odisha Reporter.



from Odisha Reporter https://ift.tt/3x7CiXw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages