ବ୍ରହ୍ମପୁର(ଜଗନ୍ନାଥ ସାହୁ): ମାମଲା ସମାଧାନ କରିବାକୁ ଆଣି ଥାନାରେ ସ୍ୱାମୀ-ସ୍ତ୍ରୀଙ୍କୁ ପିଟିଲେ ଦୁଇ କନ୍ଷ୍ଟେବଳ! ଏପରିକି ଗାଳି ଗୁଲଜ କରିଥିଲେ। ଆଜି ଏପରି ଅଭିଯୋଗ ଆସିଛି ବ୍ରହ୍ମପୁରରରୁ। ନିର୍ଯାତନାରେ ଶିକାର ହୋଇଥିବା ମହିଳା ଜଣକ ଆଜି ବ୍ରହ୍ମପୁର ଏଏସ୍ପିଙ୍କ ପାଖରେ ଏନେଇ ଗୁହାରୀ କରିଛନ୍ତି।
ପୁରୁଣା ବ୍ରହ୍ମପୁର ନିକଟସ୍ଥ ପାଣ୍ଡବ ନଗର କବୀର ନାୟକଙ୍କର ଘରୋଇ କଳି ହୋଇଥିଲା। ଏନେଇ କବୀରଙ୍କ ବାପା-ମାଆ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି କବୀର ଓ ତାଙ୍କ ସ୍ତ୍ରୀ ଦୁଃଖି ନାୟକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ଉଭୟଙ୍କୁ ଦୁଇ ଜଣ ମହିଳା କନଷ୍ଟେବଳ ଥାନାରେ ମାରପିଟ କରିଥିଲେ। ଏପରିକି ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଥିଲା। ମାଡ଼ ମାରିବା ପରେ ଦୁଃଖିକୁ ଛାଡ଼ି ଦେଇଥିବା ବେଳେ କବୀରଙ୍କୁ ଜେଲ୍ ପଠାଇ ଦେଇଥିଲେ।
ପୁଲିସର ଏପରି ପ୍ରତିବାଦରେ ଦୁଃଖି ଆଜି ସାହିର କିଛି ମହିଳାଙ୍କୁ ଧରି ବ୍ରହ୍ମପୁର ଏଏସ୍ପିଙ୍କ ଅଫିସର ଦ୍ୱାରସ୍ଥ ହୋଇଛନ୍ତି। ମାଡ଼ ମାରିଥିବା ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ସ୍ୱାମୀଙ୍କୁ ଛାଡ଼ିବାକୁ ଏଏସ୍ପିଙ୍କୁ ଗୁହାରି କରିଛନ୍ତି। ଯଦି ନ୍ୟାୟ ନ ମିଳେ, ଆଗାମୀ ଦିନରେ କଠୋର ପଦକ୍ଷେପ ନେବେ ବୋଲି ଧମକ ଦେଇଛନ୍ତି ଦୁଃଖି।
ମହିଳାଙ୍କ ଅଭିଯୋଗ ଶୁଣିବା ପରେ ବ୍ରହ୍ମପୁର ଏଏସ୍ପି ପ୍ରଭାତ ରାଉତରାୟ ରାଉତରାୟ କହିଛନ୍ତି, ଘଟଣାର ତଦନ୍ତ ପାଇଁ ଟାଉନ୍ ଏସ୍ଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯଦି ଘଟଣାର କିଛି ସତ୍ୟାସତ୍ୟ ଥାଏ, ତାହା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post ଥାନାରେ ସ୍ୱାମୀ-ସ୍ତ୍ରୀଙ୍କୁ ପିଟିଲେ ଦୁଇ କନ୍ଷ୍ଟେବଳ! appeared first on Odisha Reporter.
from Odisha Reporter https://ift.tt/39CWA0D
No comments:
Post a Comment