ଲକ୍ଷ୍ନୌ: ପଞ୍ଚାୟତ ନିର୍ବାଚନ ଲଢ଼ିବେ ମିସ୍ ଇଣ୍ଡିଆ ପ୍ରତିଯୋଗୀ। ୨୦୧୫ ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ସାମିଲ୍ ହୋଇଥିବା ଦୀକ୍ଷା ସିଂହ ଏବେ ୟୁପି ପଞ୍ଚାୟତ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜଉନପୁର ଜିଲ୍ଲାର ବକ୍ସା ଓ୍ୱାର୍ଡରୁ ସେ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ରବିବାର ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ହେଲେ ଖବର ଲେଖାହେବା ସୁଦ୍ଧା ସେ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ସୂଚନା ମିଳିପାରି ନାହିଁ।
ଏପ୍ରିଲ ୧୫ରେ ଏହି ପଞ୍ଚାୟତ ପାଇଁ ମତଦାନ ହେବ। ମେ ୨ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଚାରୋଟି ପର୍ଯ୍ୟାୟରେ ୟୁପିରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ଦୀକ୍ଷା କହିଛନ୍ତି, ସେ ଜଉନପୁର ଜିଲ୍ଲା ଚିତ୍ତୋରି ଗାଁର ବାସିନ୍ଦା। ସେ ଏଠାରେ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ଏହାପରେ ତାଙ୍କ ପରିବାର ମୁମ୍ୱାଇ ଓ ଗୋଆକୁ ସ୍ଥାନାନ୍ତର ହୋଇଥିଲେ। ତେଣୁ ସେ ତୃତୀୟ ଶ୍ରେଣୀ ପରେ ବାହାରେ ପାଠ ପଢ଼ିଛନ୍ତି ବୋଲି କହିଛନ୍ତି।
ଗୋଆ ଜୁରାଇନଗରରେ ଥିବା ଏମଇଏସ କଲେଜ ଅଫ୍ ଆର୍ଟସ ଆଣ୍ଡ କମର୍ସରେ ଗ୍ରାଜୁଏସନ କରିଛନ୍ତି। ଗ୍ରାଜୁଏସନର ଦ୍ୱିତୀୟ ବର୍ଷରେ ସେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ବୋଲି କହିଛନ୍ତି। ମୋଟ୍ ୨୧ ଜଣ ପ୍ରତିଯୋଗୀ ଫାଇନାଲ ପାଇଁ ଚୂଡ଼ାନ୍ତ ହୋଇଥିଲେ। ହେଲେ ସେ ଏହି ପ୍ରତିଯୋଗିତାରେ ଉପ-ବିଜେତା ହୋଇଥିଲେ। ଏହାପରେ ସେ ମଡ଼େଲିଂ ସହିତ ଅନେକ ମ୍ୟୁଜିକ ଭିଡିଓ କରିଥିବା କହିଛନ୍ତି।
ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ମାତା ଦର୍ଶନ ରାଓ୍ୱଲ, ନେହା କକ୍କରଙ୍କ ସହିତ ଦୀକ୍ଷା କାମ କରିଛନ୍ତି। ଏବେ ସୋଶାଲ ମିଡିଆରେ ଦୀକ୍ଷାଙ୍କର ୨ ଲକ୍ଷ ଫଲୋଅର ଥିବା ଜଣାପଡ଼ିଛି। ପଞ୍ଚାୟତ ନିର୍ବାଚନ ଘୋଷଣା ହେଲା ବେଳେ ଜଉନପୁର ଆସନ ମହିଳାଙ୍କ ସଂରକ୍ଷିତ ଥିବା ଜାଣିବା ପରେ ସେ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
The post ପଞ୍ଚାୟତ ନିର୍ବାଚନ ଲଢ଼ିବେ ମିସ୍ ଇଣ୍ଡିଆ ପ୍ରତିଯୋଗୀ appeared first on Odisha Reporter.
from Odisha Reporter https://ift.tt/3miXvsh
No comments:
Post a Comment