ଛାତ୍ରଛାତ୍ରୀଙ୍କୁ ମିଳିବ ୧୧୦୦ ଟଙ୍କା, ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 5, 2021

ଛାତ୍ରଛାତ୍ରୀଙ୍କୁ ମିଳିବ ୧୧୦୦ ଟଙ୍କା, ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ସରକାର

ଲକ୍ଷ୍ନୌ: ଏଣିକି ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା । ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର। ୟୁନିଫର୍ମ, ବ୍ୟାଗ୍‌ ଓ ଜୋତା କିଣିବା ପାଇଁ ମିଳିବ ୧୧୦୦ ଟଙ୍କା। ଏହି ଟଙ୍କା ଉତ୍ତରପ୍ରେଦଶ ସରକାର ଦେବେ।

ସରକାରୀ ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଇଁ ଏଭଳି ସୁବିଧା ଘୋଷଣା କରିଛନ୍ତି ଯୋଗୀ ସରକାର। ପ୍ରତିବର୍ଷ ସ୍କୁଲ ବ୍ୟାଗ୍‌, ୟୁନିଫର୍ମ ଓ ଜୋତା ମିଳିବାରେ ଛାତ୍ରଛାତ୍ରୀଙ୍କୁ ବିଳମ୍ବ ହେଉଛି। ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ୟୁପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ସରକାରୀ ବୟାନ ଅନୁସାରେ, ଗଣଶିକ୍ଷା ବିଭାଗ ଦ୍ୱାରା ୟୁନିଫର୍ମ, ସ୍କୁଲ ବ୍ୟାଗ୍ ଓ ଜୋତା ପାଇଁ ଏକ ନିର୍ଦ୍ଦିଷ୍ଟ ରାଶି ଲାଭାର୍ଥୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ଏହି ପ୍ରସ୍ତାବକୁ ଏବେ କ୍ୟାବିନେଟକୁ ପଠାଯାଇଛି । ପ୍ରସ୍ତାବ ଅନୁସାରେ, ୟୁନିଫର୍ମ ପାଇଁ ୬୦୦ ଟଙ୍କା, ସ୍କୁଲ ବ୍ୟାଗ, ସ୍ୱେଟର, ଜୋତା ଓ ମୋଜା ପାଇଁ ୫୦୦ ଟଙ୍କା ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ପ୍ରତିବର୍ଷ ୧.୬ କୋଟି ଛାତ୍ରଙ୍କୁ ମାଗଣାରେ ସ୍କୁଲ ୟୁନିଫର୍ମ, ବ୍ୟାଗ୍ ଆଦି ସୁବିଧା ମିଳିଥାଏ । କିନ୍ତୁ ଏହି ସବୁ ଜିନିଷ ମିଳିବାରେ ସରକାରଙ୍କ ପାଖରୁ ବିଳମ୍ବିତ ହେଉଥିବା ନେଇ ଅନେକ ଅଭିଯୋଗ ଆସିଛି । ଏବେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଯୋଗୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

The post ଛାତ୍ରଛାତ୍ରୀଙ୍କୁ ମିଳିବ ୧୧୦୦ ଟଙ୍କା, ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ସରକାର appeared first on Odisha Reporter.



from Odisha Reporter https://ift.tt/3fMhtL0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages