ନୂଆଦିଲ୍ଲୀ: ଜଷ୍ଟିସ୍ ଏନ୍.ଭି ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତି ମୋହର ମାରି ସାରିଥିବା ବେଳେ ଆସନ୍ତା ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍.ଏ ବୋବଡେ ଚଳିତ ମାସ ୨୩ ତାରିଖରେ ଅବସର ନେବାକୁ ଯାଉଥିବା ବେଳେ ସେ ଜଷ୍ଟିସ୍ ଏନ୍.ଭି ରମନାଙ୍କ ନାମ ପ୍ରସ୍ତାବ ଦେଇଥିଲେ।
ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଜନ୍ମ ହୋଇଥିବା ଜଷ୍ଟିସ୍ ଏନ୍.ଭି ରମନା ୨୦୨୨ ମସିହା ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦରେ ରହିବେ।
ଦୀର୍ଘ ୪ ଦଶନ୍ଧି ଧରି ଆନ୍ଧ୍ରପ୍ରଦେଶ ହାଇକୋର୍ଟ, ଆନ୍ଧ୍ରପ୍ରଦେଶ ଆଡମିନେଷ୍ଟ୍ରେଟିଭ ଟ୍ରିବ୍ୟୁନାଲ, ସୁପ୍ରିମକୋର୍ଟରେ କାର୍ଯ୍ୟରତ ଥିବା ଜଷ୍ଟିସ୍ ଏନ୍.ଭି ରମନା ସାମ୍ବିଧାନିକ ମାମଲା, ଅପରାଧିକ ମାମଲା ତଥା ଆନ୍ତଃରାଜ୍ୟ ଜଳ ବିବାଦ ସମାଧାନ କରିବାରେ ବେଶ୍ ନାଁ ଅର୍ଜନ କରିଥିବା ଜଣାଯାଇଛି।
ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ୨୦୦୦ ମସିହା ଜୁନ୍ ୨୭ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ୨୦୧୩ ମସିହା ମାର୍ଚ୍ଚ ୧୦ରୁ ମେ’ ୨୦ ତାରିଖ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆକ୍ଟିଂ ଚିଫ୍ ଜଷ୍ଟିସ୍ ଭାବେ ଦାୟିତ୍ୱ ତୁଲାଇଥିଲେ।
The post ଜଷ୍ଟିସ୍ ଏନ୍.ଭି ରମନା ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି appeared first on Odisha Reporter.
from Odisha Reporter https://ift.tt/3uqSDnX
No comments:
Post a Comment