ନୂଆଦିଲ୍ଲୀ: ବଢ଼ିଲା ଲକ୍ଡାଉନ୍ ଅବଧି। କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଲକଡାଉନ୍ ଅବଧିକୁ ଆଉ ୬ ଦିନ ପାଇଁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରଯେ ରଖି ମେ’ ୩ ତାରିଖ ସକାଳ ୫ଟା ଯାଏଁ ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି ଦିଲ୍ଲୀ ସରକାର।
ସୂଚନାଯୋଗ୍ୟ, ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଦିଲ୍ଲୀରେ ଲକଡାଉନ୍ ଲାଗୁ ହୋଇଥିଲା । ଯାହାର ଅବଦ୍ଧି ଏପ୍ରିଲ ୨୬ ତାରିଖ ସକାଳ ୫ଟାରେ ଶେଷ ହେବାକୁ ଯାଉଛି । ତେବେ ଲକଡାଉନ୍ ଅବଧି ସରିବା ପୂର୍ବରୁ ରବିବାର କେଜ୍ରିୱାଲ ସରକାର ଏଥିରେ ବୃଦ୍ଧି କରିଛନ୍ତି।
ସୂଚନା ମୁତାବକ, ଦିଲ୍ଲୀରେ ବର୍ତ୍ତମାନ କରୋନା ପଜିଟିଭ ରେଟ୍ ୩୨ ପ୍ରତିଶତ ଉପରେ ରହିଛି । ଏହାସହ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଓ ବେଡ୍ ସଙ୍କଟ ଦେଖାଦେଇଛି । ଏହାକୁ ନଜରରେ ରଖି ସରକାର ଲକଡାଉନ୍ ବଢାଇବାକୁ ଚିନ୍ତା କରୁଥିଲେ । କାରଣ ଲକଡାଉନ୍ ଛଡା ସଂକ୍ରମଣ ରୋକିବାକୁ ସରକାରଙ୍କ ହାତରେ ଅନ୍ୟ କୌଣସି ବିକଳ୍ପ ନାହିଁ ।
ଦିଲ୍ଲୀରେ ଥିବା ସମସ୍ତ ଉନ୍ନତ ହସ୍ପିଟାଲ୍ରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଏନେଇ ଗତ କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଟୁଇଟ୍ କରି ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ। ଯଦି କାହା ପାଖରେ ବଳକା ଅକ୍ସିଜେନ ମହଜୁଦ ଅଛି, ତେବେ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ ବୋଲି ସେ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ।
ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୫୭ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦିନକ ମଧ୍ୟରେ ଏହି ମୃତ୍ୟୁସଂଖ୍ୟା ହେଉଛି ଦିଲ୍ଲୀ ପାଇଁ ସର୍ବାଧିକ। ଏହାଛଡ଼ା, ଦିଲ୍ଲୀରେ ୨୪୦୦୦ରୁ ଅଧିକ ଦୈନିକ ସଂକ୍ରମଣ ମାମଲା ମଧ୍ୟ ରେକର୍ଡ ହୋଇଛି।
The post ରାଜଧାନୀରେ ବଢ଼ିଲା ଲକ୍ଡାଉନ୍ ଅବଧି appeared first on Odisha Reporter.
from Odisha Reporter https://ift.tt/2QVQSAC
No comments:
Post a Comment