ୱାଶିଂଟନ୍: ଆଗକୁ ଫାଇନାଲ୍ ପରୀକ୍ଷା। ପରୀକ୍ଷାରେ ଭଲ ନମ୍ବର ଆଣିବା ପାଇଁ ଅଭିନେତ୍ରୀଙ୍କ ଚାଲିଛି ପାଠ ପଢ଼ା। ଖୋଲା ଆକାଶ ତଳେ ବିକିନୀ ପିନ୍ଧି ପଢ଼ୁଛନ୍ତି ହଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କିମ୍ କାରଦାସିଆନ୍। ତାଙ୍କ ପାଠ ପଢ଼ିବାର ଏହି ହଟ୍ ଷ୍ଟାଇଲର ଫଟୋ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି।
ନିଜର ଲଗ୍ଜୁରୀ ଲାଇଫ୍କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି କିମ୍। ଏଥିସହ ବିବାଦ ସହ ମଧ୍ୟ ତାଙ୍କର ରହିଛି ପୁରୁଣା ସମ୍ପର୍କ। ଏବେ ତାଙ୍କର ଏହି ବିକିନୀ ପିନ୍ଧି ପାଠ ପଢ଼ିବା ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋଶାଲ ମିଡିଆରେ ଜୋରସୋର୍ରେ ଭାଇରାଲ ହେବାରେ ଲାଗିଛି କିମ୍ଙ୍କ ଏହି ପାଠ ପଢ଼ିବାର ନୂଆ ଷ୍ଟାଇଲ୍ର ଏହି ଫଟୋ।
ସୂଚନା ମୁତାବକ କିମ୍ କାରଦାସିଆନ୍ ଗତ କିଛି ଦିନ ହେବ ଆଇନ୍ ପାଠ ପଢ଼ୁଛନ୍ତି। ସେ ଓକିଲ ହେବାକୁ ଚାହୁଁଛନ୍ତି। ନିଜର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଏବେ ଅନେକ ସମୟ ପଢାପଢିରେ ବ୍ୟସ୍ତ ରହୁଛନ୍ତି । ତେବେ ନିଜର ଫାଇନାଲ ପରୀକ୍ଷା ପାଇଁ ଏବେ ସେ ପ୍ରସ୍ତୁତି ଚଳାଇଛନ୍ତି। ଏହି ପରୀକ୍ଷା ପ୍ରସ୍ତୁତି ବେଳର କିଛି ଫଟୋକୁ କିମ୍ ନିଜେ ତାଙ୍କ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଏହି ଫଟୋରେ ସେ ବିକିନୀ ପିନ୍ଧି ନିଜ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଛି । ସେ ଫଟୋରେ ଅଫ୍ ହ୍ୱାଇଟ୍କଲରର ଷ୍ଟ୍ରିଙ୍ଗ୍ ବିକନୀ ପରିଧାନ କରିଛନ୍ତି । ଫଟୋ ସେୟାର କରି ସେ କ୍ୟାପସନ୍ରେ ଖରାରେ ପାଠ ପଢୁଥିବା ଲେଖିଛନ୍ତି ।
କିମ୍ଙ୍କ ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍ମାନେ ମତୁଆଲା ହୋଇଯାଇଛନ୍ତି। ବର୍ତ୍ତମାନ ଯାଏଁ ୪୬ ଲକ୍ଷରୁ ଅଧିକ ଲୋକେ ଏହି ଫଟୋକୁ ଲାଇକ୍ କରିସାରିଲେଣି । ହଜାର ହଜାର କମେଣ୍ଟ ମଧ୍ୟ ଆସିଲାଣି । ଜଣେ ୟୁଜର କିମ୍ଙ୍କୁ ଏହା କେଉଁ ଲ’ ସ୍କୁଲ ବୋଲି ପ୍ରଶ୍ନ ପଚାରିଛନ୍ତି ।
ସୂଚନାଯୋଗ୍ୟ, ହଲିଉଡର ଏହି ହଟ୍ ହିରୋଇନ୍ ଜଣକ ନିଜ ବିକିନୀ ଫଟୋ ବ୍ୟତୀତ ସ୍ୱାମୀ କାନ୍ୟେ ବେଷ୍ଟଙ୍କ ସହ ବିବାହ ବିଚ୍ଛେଦକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । କିମ୍ ୬ ବର୍ଷ କାନ୍ୟେଙ୍କ ସହ ରହିବା ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ସେ ଫେବ୍ରୁଆରୀ ୨୦୨୧ରେ ତାଙ୍କୁ ଛାଡପତ୍ର ଦେଇଥିଲେ । କିମ୍ଙ୍କ ନିଜ ପିଲା ଛୁଆଙ୍କ କଷ୍ଟଡି ପାଇଁ କୋର୍ଟରେ ଆବେଦନ କରିଛନ୍ତି। କିମ୍ ଓ କାନ୍ୟେଙ୍କ ଦୁଇଟି ଝିଅ ଓ ଦୁଇଟି ପୁଅ ଅଛନ୍ତି।
View this post on Instagram
The post ଓକିଲ ହେବେ ଅଭିନେତ୍ରୀ! ବିକିନୀ ପିନ୍ଧି ଚାଲିଛି ପାଠ ପଢ଼ା appeared first on Odisha Reporter.
from Odisha Reporter https://ift.tt/3gBIroV
No comments:
Post a Comment