ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। କରୋନାରେ ଆକ୍ରାନ୍ତ ହେବାରେ ପରେ ସେ ଏବେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ସମସ୍ତ ପ୍ରଟୋକଲ ପାଳନ କରି ସେ କରୋନା ସହ ଲଢ଼େଇ ଜାରି ରଖିଛନ୍ତି। ତେବେ ଏହାରି ଭିତରେ ମଧ୍ୟ ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ ଅଛନ୍ତି। ହୋମ୍ ଅଇସୋଲେସନରେ ଥିବା ଆଲିଆଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆଲିଆ ନିଜ ଇନ୍ଷ୍ଟାଗ୍ରାମରେ ଦୁଇଟି ସେଲ୍ଫି ସେଆର କରିଛନ୍ତି। ଏହି ଫଟୋରେ ତାଙ୍କର ନୋ ମେକ୍-ଅପ୍ ଲୁକ୍ ଦେଖିବାକୁ ମିଳିଛି। ଏଥିସହ ସେ ଏକ ଧଳା ରଙ୍ଗର ଗାଉନ୍ ପିନ୍ଧି ଖଟ ଉପରେ ଶୋଇରହିଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେଆର କରି ଆଲିଆ ଲେଖିଛନ୍ତି “ସ୍ୱପ୍ନ ଦେଖୁଥିବା ଲୋକମାନେ କେବେ ଉଠନ୍ତି ନାହିଁ।”
ସୂଚନାଯୋଗ୍ୟ ଯେ, ଆଲିଆଙ୍କ ହାତରେ ଏବେ ଅନେକ ବିଗ୍ ବଜେଟ୍ ଫିଲ୍ମ ରହିଛି। ନିକଟରେ ତାଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର ଟ୍ରେଲର ରିଲିଜ ହୋଇଥିଲା। ଏଥିରେ ଆଲିଆଙ୍କ ଚରିତ୍ର ଏବଂ ଅଭିନୟକୁ ବେଶ୍ ପ୍ରଶଂସା ମିଳିଥିଲା। ଏହାବ୍ୟତୀତ ସେ ବାହୁବଳୀ ଫେମ୍ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ `ଆର୍ଆର୍ଆର୍’ ମଧ୍ୟ ନଜର ଆସିବେ। ସେହିପରି ଅୟାନ ମୁଖାର୍ଜୀଙ୍କ ଫିଲ୍ମ `ବ୍ରହ୍ମାସ୍ତ୍ରୀ’ରେ ମଧ୍ୟ ଆଲିଆଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ।
View this post on Instagram
The post କ୍ୱାରେଣ୍ଟାଇନରେ କେମିତି କଟୁଛି ଦିନ? ଫଟୋ ସେଆର କରି କହିଲେ ଆଲିଆ appeared first on Odisha Reporter.
from Odisha Reporter https://ift.tt/3s3MmwJ
No comments:
Post a Comment