କେନ୍ଦ୍ରମନ୍ତ୍ରୀଙ୍କ ଘର ଆଗରେ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

କେନ୍ଦ୍ରମନ୍ତ୍ରୀଙ୍କ ଘର ଆଗରେ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ହୁବେଲି: କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଘର ଆଗରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏପ୍ରିଲ ୬ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କ କର୍ଣ୍ଣାଟକା ସ୍ଥିତ ହୁବେଲି ଘର ଆଗରେ ମହିଳା ଜଣଙ୍କ ବିଷ ପିଇଥିଲେ। ଏହାପରେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ମୃତ୍ୟୁ ବରଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଦେଖା କରିବାକୁ ସୁଯୋଗ ନମିଳିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସୁଇସାଇଡାଲ ନୋଟରୁ ଜଣାପଡ଼ିଛି।

ମୃତକଙ୍କ ଜଣଙ୍କ ଧାରଓ୍ୱାଡ ତାଲୁକ ସ୍ଥିତ ଗରଂଗ ଗାଁର ଶ୍ରୀଦେବୀ ବିରନ୍ନା କମ୍ମର (୩୧)। ମୃତ ମହିଳାଙ୍କ ପାଖରୁ ଏକ ଆତ୍ମହତ୍ୟା ଜନିତ ପତ୍ର ମଧ୍ୟ ପୁଲିସ ଜବତ କରିଛି। କନ୍ନଡ ଭାଷାରେ ଏହି ଚିଠିଟି ଲେଖା ହୋଇଛି।

ମହିଳା ଜଣକର ଅସୁସ୍ଥ ସ୍ୱାମୀ ଏବଂ ଦୁଇ ଛୋଟ ପିଲା ରହିଛନ୍ତି। ସମସ୍ତେ ଗାଁରେ ରହୁଥିଲେ। ୨୦୧୯ରେ ପ୍ରବଳ ବର୍ଷା କାରଣରୁ ତାଙ୍କ ଘର କ୍ଷତିଗ୍ରସ୍ତ ହୋଇଥିଲା। ଘର ମରାମତି ପାଇଁ କ୍ଷତିପୂରଣର ଆବଶ୍ୟକତା ଥିଲା। ମହିଳା ଜଣକ ବିଷ ପିଇବା ପୂର୍ବରୁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନେକ ଥର ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀଙ୍କୁ ଭେଟିବାକୁ ଦିଆଯାଇନଥିଲା। ସୁଇସାଇଡାଲ ନୋଟରେ ସେ କହିଛନ୍ତି ଯେ ୨୦୧୯ରେ ତାଙ୍କୁ ବନ୍ୟା କ୍ଷତିଗ୍ରସ୍ତ ଘରର ମରାମତି ପାଇଁ ସେ ଅଧିକ କ୍ଷତିପୂରଣ ଚାହୁଁଥିଲେ, କାରଣ କର୍ତ୍ତୃପକ୍ଷ କ୍ଷତିପୂରଣ ହିସାବରେ ମାତ୍ର ୫୦,୦୦୦ ଟଙ୍କାର ବ୍ୟବସ୍ଥା କରିଥିବା ବେଳେ ଗାଁର ଅନ୍ୟ ଲୋକଙ୍କ ଘର ପାଇଁ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଥିଲା।

ମହିଳା ଜଣକ ତାଙ୍କ ଚିଠିରେ ଲେଖିଛନ୍ତି ଯେ ସେ ବିଧାୟକ (ଅମୃତ ଦେଶାଇ) ଏବଂ ସାଂସଦ (ଯୋଶୀ) ଙ୍କ ଘରକୁ ଯାଇ କ୍ଷତିପୂରଣ ମାଗିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। ତାଙ୍କ ଘରେ ଶୌଚାଳୟ କି ବାଥରୁମ ନଥିବାରୁ ସେ ଖୋଲା ସ୍ଥାନରେ ଗାଧୋଇବାକୁ ଯାଉଛନ୍ତି। ସାଂସଦଙ୍କୁ ଭେଟିବା ପାଇଁ ସେ ଦିଲ୍ଲୀ ଯାଇଥିଲେ, ଇମେଲ ମଧ୍ୟ ପଠାଇଥିଲେ, ହେଲେ ଯୋଶୀଙ୍କୁ ଭେଟି ପାରିନଥିଲେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ମନ୍ତ୍ରୀ ଯୋଶୀ ମହିଳାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ନକରିବାକୁ ସେ ନିବେଦନ କରିଛନ୍ତି। ସେ ମହିଳାଙ୍କ ସହ କଥା ହୋଇଥିଲେ କ୍ଷତିପୂରଣ ପାଇଁ ଡେପୁଟି କମିଶନରଙ୍କୁ (ଡିସି) ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି। ହେଲେ ସରକାରୀ ପ୍ରକ୍ରିୟା ତେଣୁ ବିଳମ୍ୱ ହେଉଛି ବୋଲି ସେ କହିଛନ୍ତି।

The post କେନ୍ଦ୍ରମନ୍ତ୍ରୀଙ୍କ ଘର ଆଗରେ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା appeared first on Odisha Reporter.



from Odisha Reporter https://ift.tt/3d8ht6k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages