କଟକ (ଓଡ଼ିଶା ରିପୋର୍ଟର): ଗୁରୁ-ଶିଶ୍ୟ ସମ୍ପର୍କରେ କଳଙ୍କ। ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ କଟକ ମହାନଗରରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକକୁ ଅଟକ ରଖି ପଚରାଉଚରା କରୁଛି।
ଗତ ୯ ତାରିଖରେ ବୁଲାଇବା ବାହାନାରେ ଛାତ୍ରୀଙ୍କୁ ଶିକ୍ଷକ ମାଲ୍ଗୋଦାମ ଥାନା ଅଞ୍ଚଳର ଏକ ହୋଟେଲ୍କୁ ନେଇ ଯାଇଥିଲେ।ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରବିବାର ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ଏନେଇ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣା ଅଭିଯୁକ୍ତ ଶିକ୍ଷକଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ସେପଟେ ପୀଡ଼ିତାଙ୍କ ବୟାନ ମଧ୍ୟ ପୁଲିସ ରେକର୍ଡ କରିଛି।
The post ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଅଟକ appeared first on Odisha Reporter.
from Odisha Reporter https://ift.tt/323mFls
No comments:
Post a Comment