ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରର ରେମୁଣା ସ୍ଥିତ ଇମାମୀ ପେପର ମିଲ୍ରୁ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ବାଲେଶ୍ୱର ଜିଲ୍ଲାରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୧ ଜଣ କେବଳ ଇମାମୀ ପେପର ମିଲ୍ର। ବାଲେଶ୍ୱର ସିଡିଏମ୍ଓ ଦୁଲାଲସେନ ଜଗଦ୍ଦେବ ଏହି ସୂଚନା ଦେଇଛନ୍ତି।
ଗୋଟିଏ ସ୍ଥାନରୁ ଏକାବେଳକେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ତା’ସହିତ ମିଲ୍ର ୩ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ପ୍ରଶାସନ ବନ୍ଦ କରି ଦେଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧୫ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୭୨୬ଟି ହେଉଛି ଲୋକାଲ୍ କେସ୍। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୬୮ ଜଣ ଚିହ୍ନଟ ହୋଇଛନ୍ତି।
The post ଇମାମୀ ପେପର ମିଲ୍ରୁ ୧୦୧ କରୋନା ପଜିଟିଭ୍ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3taJVtV
No comments:
Post a Comment