ଟିକା ନେବା ପରେ ପ୍ରଭାବ କେମିତି ରହିଛି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 26, 2021

ଟିକା ନେବା ପରେ ପ୍ରଭାବ କେମିତି ରହିଛି ?

ନ୍ୟୁୟର୍କ: ଭାରତରେ କରୋନା ସଂକ୍ରମଣ ଦ୍ରୁତି ଗତିରେ ବଢ଼ୁଛି। ସ୍ଥିତି ଏମିତି ଯେ ଯେଉଁମାନେ କରୋନାର ଦ୍ୱିତୀୟ ଟିକା ନେଇଛନ୍ତି ସେମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଥିବାର ନଜିର ରହିଛି। ହେଲେ ଗୁରୁତର ହେଉଥିବାର ନଜିର ନାହିଁ। ଏବେ କରୋନାର ନୂଆ ନୂଆ ଭେରିଆଣ୍ଚ ମଧ୍ୟ ସାମ୍ନାକୁ ଆସିଛି। ଟିକା ଯେତେବେଳେ ତିଆରି ହୋଇଥିଲା ସେତେବେଳେ କରୋନାର ପ୍ରଥମ ଷ୍ଟେଜ ଥିଲା। ତେଣୁ ଯେଉଁ ଟିକା ବିଭିନ୍ନ ଦେଶରେ ତିଆରି ହୋଇଛି ତାହା କେତେ ଲାଭଦାୟକ ଏ ବାବଦରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏହାକୁ ନେଇ ନ୍ୟୁୟର୍କ ସ୍ଥିତ ରାକଫେଲର ବିଶ୍ୱବିଦ୍ୟାଳୟ ଏକ ଗବେଷଣା ରିପୋର୍ଟ ଜାରି କରିଛି। ଏହାର ଗବେଷଣା ରିପୋର୍ଟ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ହୋଇଛି।

ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଫାଇଜାର ଏବଂ ମର୍ଡେର୍ଣ୍ଣା ଟିକା ନେଇଥିବା ୪୧୭ ଜଣ ଲୋକଙ୍କ ଉପରେ ଏହି ଗବେଷଣା କରିଛନ୍ତି। ଯେଉଁଥିରେ ଜଣେ ମହିଳା ଦ୍ୱିତୀୟ ଟିକା ନେବାର ୧୯ ଦିନ ପରେ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ମହିଳା ୩୬ ଦିନ ପରେ ସଂକ୍ରମିତ ହୋଇଛନ୍ତି।

ଗବେଷକମାନେ ଏହି ଦୁଇ ମହିଳା କାହିଁକି ସଂକ୍ରମିତ ହେଲେ ସେ ନେଇ ଗବେଷଣା କରିଥିଲା। ଆଉ ଏହି ଦୁଇ ମହିଳାଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ନ୍ୟୁଟ୍ରିଲାଇଜିଂ ଆଣ୍ଟିବୋଡିଜ ଥିବା ଜଣାପଡ଼ିଛି। ଏହାର ଅର୍ଥ ଟିକା ଠିକ୍ ଭାବରେ କାମ କରୁଛି। ଏମିତିକି ୟୁକେ ଏବଂ ନ୍ୟୁୟର୍କ ଭେରିଆଣ୍ଟ ବିରୋଧରେ ମଧ୍ୟ ଏହି ଟିକା କାମ କରୁଛି ବୋଲି ରିପୋର୍ଟର କୁହାଯାଇଛି।

ଏହି ମହିଳା ଦୁଇ ଜଣଙ୍କ ଶରୀରରେ କରୋନାର ଭେରିଆଣ୍ଟ କଣ ରହିଛି ସେ ନେଇ ମଧ୍ୟ ଗବେଷଣା ହୋଇଛି। ଜଣଙ୍କ ଶରୀରରେ E484 ଏବଂ ଦ୍ୱିତୀୟ ମହିଳାଙ୍କ ଶରୀରରେ T95I, DEL 142-144, D 614G ଟ୍ରିପିଲ୍ ମ୍ୟୁଟେସନ ମିଳିଛି। ଏହି ଦୁଇଟି ଭେରିଆଣ୍ଟରେ ଜିନୋମ ସିକ୍ୟୁଏନ୍ସ ମଧ୍ୟ ଗବେଷକ ଖୋଜିଥିଲେ। ଏହାପରେ ଏହି ଦୁଇ କରୋନା ଭେରିଆଣ୍ଟ ୟୁକେ ଏବଂ ନ୍ୟୁୟର୍କ ଭେରିଆଣ୍ଟ ବୋଲି ଜଣାପଡ଼ିଛି।

ଭାରତରେ ଦୁଇ ଟିକାର ପ୍ରଭାବ

ସେହିପରି ଭାରତରେ ମଧ୍ୟ ଆଇସିଏମଆର ଏକ ରିପୋର୍ଟ ଉପସ୍ଥାପନ କରିଥିଲା। ଯେଉଁଥିରେ ଦୁଇ ଟିକା କୋଭିଶିଲ୍ଡ ଓ କୋଭାକ୍ସିନ ନେବା ପରେ କେତେ ଜଣ ସଂକ୍ରମିତ ହେଉଛନ୍ତି ତାର ରିପୋର୍ଟ ରହିଛି। ତେବେ ଟିକା ନେବାର ଅର୍ଥ ନୁହେଁ ଜଣେ କରୋନାରେ ସଂକ୍ରମିତ ହେବନି। ଏହି ଟିକା ନେବା ପରେ କରୋନାରେ ଗୁରୁତର ହେବାର ସମ୍ଭାବନା ବହୁତ କମିଯାଏ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

କୋଭିଶିଲ୍ଟ ଟିକା

ପ୍ରଥମ ଟିକା ୧୦.୩୫ କୋଟି ନେବା ପରେ ୧୭,୧୪୫ ସଂକ୍ରମିତ। ଯାହାକି ୦.୨ ପ୍ରତିଶତ। ସେହିପରି ୧.୭୫ କୋଟି ଦ୍ୱିତୀୟ ଟିକା ନେବା ପରେ ୫,୦୧୪ ଜଣ କରୋନାରେ ସଂକ୍ରମିତ। ଯାହାକି ୦.୦୩ ପ୍ରତିଶତ।

କୋଭାକ୍ସିନ ଟିକା

ପ୍ରଥମ ଟିକା ନେବା ୯୩.୫୬ ଲକ୍ଷ ନେବା ପରେ ୪,୨୦୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାକି ୦.୦୪ ପ୍ରତିଶତ। ସେହିପରି ଦ୍ୱିତୀୟ ଟିକା ୧୭.୩୭ ଲକ୍ଷ ନେଇ ୬୯୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାକି ୦.୦୪ ପ୍ରତିଶତ।

The post ଟିକା ନେବା ପରେ ପ୍ରଭାବ କେମିତି ରହିଛି ? appeared first on Odisha Reporter.



from Odisha Reporter https://ift.tt/3dRUlt3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages