ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫ ଦିନ ହେବ ଗୋଟିଏ ସ୍ତରରେ ରହୁଛି। ଏହା ୬ ହଜାରରୁ ସାଡେ ୬ ହଜାର ମଧ୍ୟରେ ରହୁଥିବାରୁ ଏହା ପ୍ଲାଟୋ ଫେଜ୍ ବୋଲି କହିଛନ୍ତି DMET ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୬ ହଜାର ଉପରେ ରହିଛି। ଏଭଳି ସ୍ଥିତିକୁ ଦେଖି ରାଜ୍ୟରେ ଏବେ ପ୍ଲାଟୋ ସ୍ଥିତି ଚାଲିଥିବା କହିଛନ୍ତି DMET ନିର୍ଦ୍ଦେଶକ । ଆଗକୁ ଏହି ପରିସଂଖ୍ୟାନ ଆହୁରି କମିବା ଆଶା କରାଯାଉଛି। ଭଗବାନ କରନ୍ତୁ, ଏହାପରେ ମହାମାରୀ ତଳ ମୁହାଁ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି।
ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ DMET ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି କହିଛନ୍ତି, ପାଖାପାଖି ସପ୍ତାହେ ହେଲାଣି ୬ ହଜାର ଟ୍ରେଣ୍ଡ ରହିଛି। ଦ୍ରୁତ ସଂକ୍ରମଣ ହେଉନି। ଏହା ହେଉଛି ପ୍ଲାଟୋ ଷ୍ଟେଟ। ସବୁ ମହାମାରୀର ଏକ ପିକ୍ ଷ୍ଟେଜ ଥାଏ। ଏହା ପରେ ଖସିଥାଏ।
ତେଣୁ ଏହି ଷ୍ଟେଜ ପରେ କରୋନା କମିବା ଆଶା କରାଯାଉଛି। ଏହାବ୍ୟତୀତ ଟିକା ନେବା ପରେ ଜ୍ୱର ୨ ଦିନରୁ ଅଧିକ ରହୁଥିବା ନେଇ ପ୍ରଶ୍ନରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ବୋଲି କହିଛନ୍ତି।
ରାଜ୍ୟରେ ଅକ୍ସିଜେନ ଆବଶ୍ୟକତାଠାରୁ ଅଧିକ ଷ୍ଟକ ଥିବା ସତ୍ତ୍ୱେ ପ୍ରତି ବେଡ ପାଖରେ ଅକ୍ସଜେନ ସିଲିଣ୍ଡର ରଖିବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି DMET। ଅନ୍ୟ ରାଜ୍ୟରେ ଅକ୍ସିଜେନ ଅଭାବରୁ ବହୁ ସଂଖ୍ୟାରେ ଲୋକ ମରୁଥିବା ବେଳେ ସେଠାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ସେପରି ରାଜ୍ୟକୁ ଅକ୍ସଜେନ ପଠାଇବା ଉଚିତ ବୋଲି ସେ କହିଛନ୍ତି।
The post ‘ରାଜ୍ୟରେ ଏବେ ପ୍ଲାଟୋ ଫେଜ୍ ଚାଲିଛି, ଏହାପରେ…’ appeared first on Odisha Reporter.
from Odisha Reporter https://ift.tt/3nmFREP
No comments:
Post a Comment