ଧୋନିଙ୍କ ରେକର୍ଡ ଭାଙ୍ଗି ୧ନଂରେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ଧୋନିଙ୍କ ରେକର୍ଡ ଭାଙ୍ଗି ୧ନଂରେ ରୋହିତ ଶର୍ମା

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାକୟ ରୋହିତ ଶର୍ମା ଚଳିତ ଆପିଏଲରେ ଆଉ ଏକ ରେକର୍ଡ କରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ କରିଥିବା ରେକର୍ଡକୁ ଭାଙ୍ଗି ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଚଳିତ ଆଇପିଏଲର ୯ମ ତଥା ମୁମ୍ବାଇ ଇଣ୍ଡିଆନ୍ସର ୩ୟ ମ୍ୟାଚ୍‌ରେ ରୋହିତ ଶର୍ମା ସନ ରାଇଜରର୍ସ ହାଇଦ୍ରାବାଦ ବିପକ୍ଷରେ ବିସ୍ଫୋରକ ଆରମ୍ଭ କରିଥିଲେ।

ଅବଶ୍ୟ ସେ ଏହାକୁ ବଡ଼ ସ୍କୋରରେ ପରିଣିତ କରିପାରି ନଥିଲେ। କିନ୍ତୁ ନିଜର ଛୋଟିଆ ଇନିଂସରେ ସେ ଦୁଇଟି କୀର୍ତ୍ତିମାନ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି। ସେ ଇନିଂସ୍‌ର ୪ର୍ଥ ଓଭର୍‌ରେ ଛକା ମାରିବା କ୍ଷଣି ଧୋନିଙ୍କୁ ପଛରେ ପକାଇ ଦେଇଥିଲେ। ବର୍ତ୍ତମାନ ଆଇପିଏଲରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ରୋହିତ ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ନାଁରେ ୨୧୭ଟି ଛକା ରହିଛି। ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ୨୧୬ଟି ଛକା ମାରି ୧ନଂରେ ରହିଥିଲେ। ଏହି ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ତୃତୀୟ ସ୍ଥାନରେ ରହିଛନ୍ତି।

ରୋହିତ ଗତକାଲି ମ୍ୟାଚ୍‌ର ୪ର୍ଥ ଓଭର୍‌ରେ ଭୁବନେଶ୍ୱର କୁମାରଙ୍କୁ ଛକା ମାରିବା କ୍ଷଣି ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଏହା ପୂର୍ବରୁ ସେ ତୃତୀୟ ଓଭର୍‌ରେ ମୁଜବୀ ଉର ରହମନଙ୍କୁ ମଧ୍ୟ ଗୋଟିଏ ଛକା ମାରିଥିଲେ। ସେହିପରି ଆଇପିଏଲରେ ସର୍ବାଧିକ ଛକା ମାରିବା ତାଲିକା(ଭାରତୀୟ ଓ ବିଦେଶୀ ଖେଳାଳି) ତାଲିକାରେ ରୋହିତ ତୃତୀୟ ସ୍ଥାନରେ ରହିଛନ୍ତି। ୧ନଂରେ ବିସ୍ଫୋରକ କ୍ରିସ୍‌ ଗେଲ(୩୫୧ଟି ଛକା) ରହିଥିବା ବେଳେ ୨୩୭ଟି ଛକା ସହ ଏବି ଡିଭିଲିୟର୍ସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।


ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ରୋହିତ କେବଳ ଏହି ଗୋଟିଏ ରେକର୍ଡ କରନାହାନ୍ତି। ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ରୋହିତ ଗତକାଲିର ଇନିଂସ୍‌ ପରେ ଆଇପିଏଲ୍‌ରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳିଙ୍କ ତାଲିକାରେ ହାଇଦ୍ରାବାଦ ଅଧିନାୟକ ଡାଭିଡ ୱାର୍ଣ୍ଣରଙ୍କୁ ପଛରେ ପକାଇ ଦେଇଥିଲେ। ଏଥିସହ ସେ ଅଧିନାୟକ ଭାବେ ଆଇପିଏଲରେ ୪ ହଜାର ରନ୍‌ ମଧ୍ୟ ସଂଗ୍ରହ କରିଛନ୍ତି।

ରୋହିତ ୩୨ ରନ୍‌ କରିବା ପରେ ଆଇପିଏଲରେ ସର୍ବାଧିକ ରନ୍‌ହାସଲକାରୀ ଖେଳାଳିଙ୍କ ତାଲିକାରେ ୩ୟ ସ୍ଥାନରେ ପହଞ୍ଚି ଯାଇଥିଲେ। ଏଯାଏ ୨୦୩ଟି ଇନିଂସ୍‌ରେ ବ୍ୟାଟିଂ କରି ସେ ୫୩୨୪ ରନ୍‌ କରିଛନ୍ତି। ତାଙ୍କ ପଛକୁ ହାଇଦ୍ରାବାଦ ଅଧିନାୟକ ୱାର୍ଣ୍ଣର ୧୪୫ଟି ମ୍ୟାଚ୍‌ରେ ୫୩୧୧ ରନ୍‌ କରି ରହିଥିଲେ।

କିନ୍ତୁ ଗତକାଲି ହାଇଦ୍ରାବାଦର ବ୍ୟାଟିଂ ବେଳେ ୱାର୍ଣ୍ଣର ୩୬ ରନ୍‌ କରିବାରୁ ରୋହିତ ପୁଣିଥରେ ୪ର୍ଥ ସ୍ଥାନକୁ ଖସି ଯାଇଛନ୍ତି। ଏବେ ୱାର୍ଣ୍ଣରଙ୍କ ଖାତାରେ ୫୩୪୭ ରନ୍ ରହିଛି। ଏହି ତାଲିକାର ୧ନଂ ସ୍ଥାନରେ ବିରାଟ କୋହଲି ୫୯୪୪ ଓ ସୁରେଶ ରାଇନା ୫୪୩୦ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ରୋହିତ ଶନିବାର ମ୍ୟାଚରେ ୨୫ ବଲରେ ୩୨ ରନ୍ କରିଛନ୍ତି। ପାୱାର ପ୍ଲେରେ ଭଲ ବ୍ୟାଟିଂ କରିଥିବା ରୋହିତ ବଡ଼ ଶଟ୍‌ ଖେଳିବା ଲକ୍ଷ୍ୟରେ ବିଜୟ ଶଙ୍କର ବଲ୍‌ରେ ଆଉଟ ହୋଇଯାଇଥିଲେ। ଡିପ୍ ମିଡ୍‌ୱିକେଟରେ ଆଇପିଏଲ ଡେବ୍ୟୁଟାଣ୍ଟ ବିରାଟ ସିଂହ ତାଙ୍କ କ୍ୟାଚ୍‌ ଧରିଥିଲେ।

The post ଧୋନିଙ୍କ ରେକର୍ଡ ଭାଙ୍ଗି ୧ନଂରେ ରୋହିତ ଶର୍ମା appeared first on Odisha Reporter.



from Odisha Reporter https://ift.tt/3dpBOnA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages