ରାଜ୍ୟରେ ୪ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରେ ୭୦୦ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ରାଜ୍ୟରେ ୪ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରେ ୭୦୦ ଟପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ତୃତୀୟ ଦିନରେ ତିନି ହଜାରରୁ ଅଧିକ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୬୬୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫୩୭ଟି ହେଉଛି ଲୋକାଲ୍‌ କେସ୍‌। ସେହିପରି କରୋନାରେ ଆକ୍ରାନ୍ତ ହୋଇ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୪୦, କଳାହାଣ୍ଡିରୁ ୩୨୪, ନୂଆପଡ଼ାରୁ ୨୨୧, ବରଗଡ଼ରୁ ୨୧୦, ସମ୍ବଲପୁରରୁ ୧୯୯, କଟକରୁ ୧୯୮, ଝାରସୁଗୁଡ଼ାରୁ ୧୮୩, ପୁରୀରୁ ୧୪୩ ଓ ମୟୂରଭଞ୍ଜ ଜିଲ୍ଲାରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୫୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୯, ଭଦ୍ରକରୁ ୨୭, ବଲାଙ୍ଗିରରୁ ୭୯, ବୌଦ୍ଧରୁ ୬, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୭, ଗଜପତି ୬୩, ଗଞ୍ଜାମରୁ ୬୬, ଜଗତସିଂହପୁରରୁ ୬୮, ଯାଜପୁରରୁ ୫୮, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୫୬, କୋରାପୁଟରୁ ୩୯, ମାଲକାନଗିରିରୁ ୪, ନବରଙ୍ଗପୁରରୁ ୮୧, ନୟାଗଡ଼ରୁ ୨୮, ରାୟଗଡ଼ାରୁ ୫୭ ଓ ସୋନପୁରରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୫୫ ଜଣ ଚିହ୍ନଟ ହୋଇଛନ୍ତି।

୩୬୬୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୮,୨୫୮ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୪୪,୮୨୫ ଜଣ ସୁସ୍ଥ ହୋଇସାରିଛନ୍ତି। ୨୧,୪୩୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ପଶ୍ଚିମ ଓଡ଼ିଶାରୁ ଗଲା ଆଉ ୨ ଜୀବନ

ଅନ୍ୟପକ୍ଷରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୪ରେ ପହଞ୍ଚିଯାଇଛି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ବରଗଡ଼ର ଓ ଅନ୍ୟ ଜଣେ ସୁନ୍ଦରଗଡ଼ର ଜିଲ୍ଲାର। ଏହା ସହିତ ବରଗଡ଼ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ରେ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ରେ ଏହି ସଂଖ୍ୟା ୧୭୫ ହୋଇଛି। ଗତକାଲି ଆସିଥିବା ରିପୋର୍ଟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇଥିବା ବେଳେ ସେମାନେ ସମସ୍ତେ ପଶ୍ଚିମ ଓଡ଼ିଶାର ଥିଲେ।

ସୂଚନାଯୋଗ୍ୟ, , ଏପ୍ରିଲ୍ ୧୬ ଓ ୧୭ ତାରିଖରେ ଯେଉଁ ରିପୋର୍ଟ ଆସିଥିଲା ସେଥିରେ ଯଥାକ୍ରମେ ୩୧୦୮ ଓ ୩୧୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଥିଲା।

The post ରାଜ୍ୟରେ ୪ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରେ ୭୦୦ ଟପିଲା appeared first on Odisha Reporter.



from Odisha Reporter https://ift.tt/2QadPjq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages