ନୂଆଦିଲ୍ଲୀ: ଦେଶରେ ଚିନ୍ତାଜନକ ରହିଛି କରୋନା ମାମଲା। ଥମିବାର ନାଁ ଧରୁନି ସଂକ୍ରମଣ। ସରକାରଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଏବଂ ସାଧାରଣଜନତା ସମସ୍ତେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତିତ। ଏହାର ମୁକାବିଲା ସମସ୍ତ ଉପାୟ ଆପଣାଯାଉଛି। ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ଲକଡାଉନ ଏବଂ ସପ୍ତାହିକ ସଟ୍ଡାଉନ ଲାଗୁ ହୋଇଛି। କିନ୍ତୁ ସ୍ଥିତି ସୁଧୁରୁନି।
ଏବେ କରୋନାର ଏହି ଦ୍ୱିତୀୟ ଲହରକୁ ସମ୍ଭାଳିବ ସେନା। କରୋନା ମହାମାରୀକୁ ନେଇ ସେନା ମୁଖ୍ୟ ଏମ୍ଏମ୍ ନରୱାଣେଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ସହ ଆଲୋଚନା କରି ରାଜନାଥ ସିଂହ ସେନାର ସହାୟତା ଲୋଡିଛନ୍ତି।
ଏଥିସହ ରାଜନାଥ ଡିଆର୍ଡିଓ ମୁଖ୍ୟଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି। ଦେଶରେ ଦେଖାଦେଇଥିବା କରୋନାର ଦ୍ୱିତୀୟ ଲହର ସମ୍ଭାଳିବା ପାଇଁ ସେ ସେନାକୁ ପ୍ରସ୍ତାବ ଦେଇଛନ୍ତି। ସମସ୍ତ ନାଗରିକଙ୍କୁ ସଠିକ୍ ସମୟରେ ସବୁ ସୁବିଧା ଯୋଗାଇବାକୁ ସେ ସେନାକୁ କହିଛନ୍ତି।
ସେହିପରି ଦେଶର ବିଭିନ୍ନ କ୍ୟାଣ୍ଟନମେଣ୍ଟ ହସ୍ପିଟାଲର ସାଧାରଣ ଲୋକଙ୍କ ଚିକିତ୍ସା କରାଯିବା ଲାଗି ପ୍ରତିରକ୍ଷା ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କ ସହ ମିଶ ସ୍ଥାନୀୟ କମାଣ୍ଡର କରୋନା ମୁକାବିଲା ନେଇ ଆଲୋଚନା କରିବାକୁ ସେନାମୁଖ୍ୟଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
He also directed Army Chief that local commanders must reach out to CMs & offer all possible help. Following it Defence Secy also issued instructions that 67 Cantt Board Hospitals across India advised to ensure medical service to all patients -both Cantt residents & non-residents
— ANI (@ANI) April 20, 2021
The post କରୋନାର ଦ୍ୱିତୀୟ ଲହରକୁ ସମ୍ଭାଳିବେ ସେନା! appeared first on Odisha Reporter.
from Odisha Reporter https://ift.tt/3apw7Ex
No comments:
Post a Comment