ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ହେବ ନା ନାହିଁ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ହେବ ନା ନାହିଁ ?

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ସାଙ୍ଘାତିକ ରୂପ ଧାରଣ କରିଛି। ଏହାକୁ ନେଇ ସବୁଠି ଆତଙ୍କ ଦେଖା ଦେଇଛି। ଏଭଳି ସଙ୍କଟଜନକ ସମୟରେ ଭାରତ ଜୁନ୍ ମାସରେ ଇଂଲଣ୍ଡ ଗସ୍ତ କରିବ, ଯେଉଁଠାରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳିବ। ତେବେ ଭାରତରେ କରୋନା ସଂକ୍ରମଣ ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି, ସେହି ଦୃଷ୍ଟିରୁ ଏହି ମହାମୁକାବିଲା ହେବ କି ନାହିଁ, ତାକୁ ନେଇ ସ୍ପଷ୍ଟୀକରଣ ରଖିଛି ଆଇସିସି।

ଆଇସିସିର କହିବା ଅନୁଯାୟୀ, ‘ଭାରତରେ କୋଭିଡ୍-୧୯ ସ୍ଥିତି ଉଦବେଗଜନକ ରହିଥିଲେ ହେଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଉପରେ ଏହାର କୌଣସି ପ୍ରଭାବ ପକାଇବ ନାହିଁ।’ ଚଳିତ ବର୍ଷ ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥାମ୍ପଟନର ଏଜେସ୍ ବାଉଲରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ୍ ମୁକାବିଲା ଖେଳାଯିବ।

ସୋମବାର ୟୁକେ ସରକାର ଭାରତୀୟ ଯାତ୍ରୀଙ୍କ ଆଗମନ ଉପରେ କଟକଣା ଲଗାଇଛନ୍ତି। ଦେଶରେ ଲଗାତର କରୋନା ମାମଲା ବଢ଼ୁଥିବାର ଦେଖି ବ୍ରିଟେନ୍ ସରକାର ଭାରତକୁ ‘ରେଡ୍ ଲିଷ୍ଟ’ରେ ସାମିଲ୍ କରିଛି। ଏହି କଟକଣା ଯୋଗୁ ଭାରତୀୟ କ୍ରିକେଟ୍ ଟିମର ଇଂଲଣ୍ଡ ଗସ୍ତ ନେଇ ଆଶଙ୍କା ଦେଖା ଦେଇଛି। ତେବେ କଟକଣା ସତ୍ତ୍ୱେ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତ କରି ସେଠାରେ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମୁକାବିଲା ଖେଳିବ ବୋଲି ଆଇସିସି ସ୍ପଷ୍ଟ କରିଦେଇଛି।

ଏ ନେଇ ଆଇସିସିର ମୁଖପାତ୍ର କହିଛନ୍ତି, ଆମେ ବର୍ତ୍ତମାନ ବ୍ରିଟେନ୍ ସରକାରଙ୍କ ସହ ଆଲୋଚନା ଚଳାଇଛୁ। କରୋନା ମହାମାରୀ ଭିତରେ ଅନ୍ତର୍ଜାତୀୟ କ୍ରିକେଟକୁ କିପରି ସୁରକ୍ଷିତ ଭାବେ ଆୟୋଜନ କରିହେବ, ସେ ନେଇ ଇସିବି ଓ ଆଇସିସିର ଅନ୍ୟ ସଦସ୍ୟ ଦେଶଗୁଡ଼ିକ ସହ ମଧ୍ୟ ଆଲୋଚନା ଚାଲିଛି। କିନ୍ତୁ ଆମର ଦୃଢ଼ ବିଶ୍ୱାସ ଯେ ଜୁନ୍ ମାସରେ ୟୁକେରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ହେବ।

ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ୍ ଟିମ୍ ଚଳିତ ଜାନୁଆରୀ ମାସରେ ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ୨-୧ରେ ହରାଇ ଟେଷ୍ଟ ସିରିଜ୍ କବଜା କରି ଫାଇନାଲ୍ ନିକଟତର ହୋଇଥିଲା। ଏହା ପରେ ଭାରତ ଘରୋଇ ମାଟିରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୩-୧ରେ ହରାଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଟିକେଟ୍ କାଟିଥିଲା।

The post ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ହେବ ନା ନାହିଁ ? appeared first on Odisha Reporter.



from Odisha Reporter https://ift.tt/3n6OJ0X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages