କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ମାଡ ମାରିବା ଘଟଣାରେ ନିକିରାଇ ପୁଲିସ୍ ୩ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ବ୍ୟକ୍ତିମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ ।
ପୀଡିତା ମହିଳାଙ୍କ ମାମୁଁଙ୍କ ଏତଲା ଆଧାରରେ ତଦନ୍ତ କରି ପୁଲିସ୍ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ ପୀଡ଼ିତାଙ୍କ ମାମୁଁ ଏତଲା ଦେଇଥିଲେ। ଗିରଫ୍ ହୋଇଥିବା ସମସ୍ତ ଅଭିଯୁକ୍ତ ପୀଡିତା ସୁଚିସ୍ମିତାଙ୍କ ସ୍ୱାମୀ ଜିତେନ୍ଦ୍ର ପ୍ରଧାନଙ୍କ ମାମୁଁ ଘର ଲୋକ।
ଗତ ୨ ତାରିଖ ଦିନ ପାରିବାରିକ କଳହ କୁ କେନ୍ଦ୍ର କରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ପରେ ସୁଚିସ୍ମିତାଙ୍କୁ ତାଙ୍କ ସ୍ୱାମୀଙ୍କ ମାମୁଁ ଘର ଲୋକେ ମରଣାନ୍ତକ ଆକ୍ରମଣ କରିବା ଗାଁ ଦାଣ୍ଡରେ ତଳେ ଗଡ଼ାଇ ମାଡ ମାରିଥିଲ । ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ୍ କରାଯିବ ବୋଲି ପୁଲିସ୍ କହିଛି।
ସୂଚନାଯୋଗ୍ୟ, ଏକ ଘରକୁ ନେଇ ସୁଚିସ୍ମିତାଙ୍କ ବାପ ଘର ଓ ଶାଶୁ ଘର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଶୁକ୍ରବାର ଅପରାହ୍ନରେ ପୂର୍ବ ଘଟଣାକୁ ନେଇ ଉଭୟ ପରିବାର ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କିଛି ଲୋକ ସୁଚିସ୍ମିତାଙ୍କୁ ବାଉଁଶରେ ବାଡ଼େଇ ଥିଲେ । ଏମିତିକି ଅପର ପକ୍ଷର ମହିଳା ମାନେ ତାଙ୍କୁ ତଳେ ପକାଇ ମାଡ ମାରିଥିଲେ । ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ତେବେ ପୂର୍ବରୁ ସୁଚିସ୍ମିତାଙ୍କୁ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଇଥିବା ନେଇ ଥାନାରେ ମାମଲା ରହିଛି।
The post ମହିଳାଙ୍କୁ ତଳେ ଗଡ଼ାଇ ମାଡ଼ ମାରିଥିଲେ, ଶେଷରେ ବନ୍ଧା ହେଲେ appeared first on Odisha Reporter.
from Odisha Reporter https://ift.tt/3rNdFvb
No comments:
Post a Comment