ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ଗତ ଦୁଇ ଦିନ ତଳେ ସେ କରୋନରେ ଆକ୍ରାନ୍ତ ହୋଇଥିଲେ। କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସେ ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଏଥିସହ ଅକ୍ଷୟ ନିଜ ସ୍ୱାସ୍ଥ୍ୟଗତ ଅପ୍ଡେଟ ମଧ୍ୟ ଦେଇଛନ୍ତି।
ଅକ୍ଷୟ ନିଜ ଇନ୍ଷ୍ଟାଗ୍ରାମରେ ଫଟୋ ଶେଆର କରି ଲେଖିଛନ୍ତି, ମୋ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଲାଗୁଛି ଆପଣମାନଙ୍କ ପ୍ରାର୍ଥନା କାମ କରୁଛି। ମୁଁ ଏବେ ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛି, କିନ୍ତୁ ଡାକ୍ତରୀ ପରାମର୍ଶ ଅନୁଯାୟୀ ସତର୍କତା ଭାବରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଆଶା କରୁଛି ଶୀଘ୍ର ଘରକୁ ଫେରିବି।’
ସୂଚନାଯୋଗ୍ୟ ଯେ, ଶନିବାର ଦିନ ଅକ୍ଷୟ କୁମାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଥିଲେ। ଏହାପରେ ସେ ହୋମ୍ଆଇସୋଲେସନରେ ରହି ଚିକିତ୍ସିତ ହୋଇଥିଲେ। ହେଲେ ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଲଗାତର ବଲିଉଡରେ ଜଣଙ୍କ ପରେ ଜଣେ କଳାକାର କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଅକ୍ଷୟ କୁମାରଙ୍କ ବ୍ୟତୀତ ରଣବୀର କପୁର,ଗୋବିନ୍ଦା, ଆଲିଆ ଭଟ୍ଟ, ଆମୀର ଖାନ୍, ମିଲିନ୍ଦ ସୋମେନ, ଫାତିମା ସନା ଶେଖ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
View this post on Instagram
The post ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ appeared first on Odisha Reporter.
from Odisha Reporter https://ift.tt/3wuBhrW
No comments:
Post a Comment