କରଞ୍ଜିଆ (ଦୀପକ କୁମାର ମହନ୍ତ): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚାଇଁବାଇଁଶି ଗାଁ ପେଟ୍ରୋଲ ପମ୍ପ ନିକଟରେ ଆଜି ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଶାଳ ଗଛରେ ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକ ହେଉଛନ୍ତି ପିକ୍ଅପ୍ ଭ୍ୟାନ୍ର ଡ୍ରାଇଭର। ତାଙ୍କ ନାଁ ବିଜୟ ଲୋହାର। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗୁରୁତର ଆହତ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ କହିଛନ୍ତି।
ପିକ୍ଅପ୍ ଭ୍ୟାନ୍ଟି କୁକୁଡ଼ା ନେଇ କରଞ୍ଜିଆ ପଟରୁ ଠାକୁରମୁଣ୍ଡା ଆଡ଼କୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ଭ୍ୟାନ୍ଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଦ୍ରୁତ ଗତି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
The post ଗଛରେ ପିଟି ହେଲା କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/2PP7N7r
No comments:
Post a Comment