ଟିକା ପାଇଁ ଆଉ ପଞ୍ଜିକରଣ କରିପାରିବେନି ସ୍ୱାସ୍ଥ୍ୟକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 3, 2021

ଟିକା ପାଇଁ ଆଉ ପଞ୍ଜିକରଣ କରିପାରିବେନି ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ଏଣିକି କରୋନା ଟିକା ପାଇଁ ଆଉ ପଞ୍ଜିକରଣ କରିପାରିବେନି ସ୍ୱାସ୍ଥ୍ୟକର୍ମୀ। ଫ୍ରଣ୍ଟ ଲାଇନ୍‌ ୱର୍କରମାନେ ମଧ୍ୟ ନୂଆ ପଞ୍ଚିକରଣ କରିପାରିବେ ନାହିଁ। ଏହାଉପରେ ଏବେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏନେଇ ସବୁ ରାଜ୍ୟକୁ ଚିଠି ଲେଖି ଜଣାଇଛନ୍ତି। ଏହି ନିର୍ଦ୍ଦେଶକୁ ତତ୍‌କାଳ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାମୁତାବକ, ଗତ କିଛି ଦିନ ହେବ କେତେକ ନକଲି ପଞ୍ଜିକରଣ ମାମଲା ସାମ୍ନାକୁ ଆସିଛି।  ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ୍‌ ୱର୍କର ନ ହୋଇଥିଲେ ସୁଦ୍ଧା କିଛି ଲୋକ ପଞ୍ଜିକରଣ କରି କରୋନା ଟିକା ନେଇଛନ୍ତି। ଏହି ଘଟଣା ଜଣାପଡିବା ପରେ ଏବେ ସଜାଗ ହୋଇପଡିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ନୂଆ ପଞ୍ଜିକରଣ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପୂର୍ବଭଳି ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପଞ୍ଜିକରଣ କୋୱିନ୍‌ ପୋର୍ଟାଲରେ ଜାରି ରହିବ। ପୂର୍ବରୁ ପଞ୍ଜୀକୃତ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମଧ୍ୟ କରୋନା ଟିକା ଦିଆଯିବ। ଏଥିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସ୍ପଷ୍ଟ କରିଛନ୍ତି।

The post ଟିକା ପାଇଁ ଆଉ ପଞ୍ଜିକରଣ କରିପାରିବେନି ସ୍ୱାସ୍ଥ୍ୟକର୍ମୀ appeared first on Odisha Reporter.



from Odisha Reporter https://ift.tt/39IlGvn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages