ସେରମକୁ ୩ ହଜାର କୋଟି ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ସେରମକୁ ୩ ହଜାର କୋଟି ଦେଲେ ସରକାର

ନୂଆଦିଲ୍ଲୀ: ମେ ୧ରୁ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେବେ। କେନ୍ଦ୍ର ବ୍ୟତୀତ ରାଜ୍ୟ ସରକାର, ଘରୋଇ ହସ୍ପିଟାଲ, ଔଷଧ ଦୋକାନୀ ମଧ୍ୟ ଏହି ଟିକା କିଣିପାରିବେ। ତେଣୁ ଟିକାର ଚାହିଦା ମେ ୧ ପରେ ଆହୁରି ବଢ଼ିବାକୁ ଯାଉଛି। ଆଉ ଏହି ଚାହିଦା ପୂରଣ ପାଇଁ ଦୁଇ ଟିକା କମ୍ପାନୀକୁ ପୁଞ୍ଜି ଯୋଗାଇଛନ୍ତି ସରକାର। ଏଥିପାଇଁ ସରକାର ଦୁଇ କମ୍ପାନୀକୁ ଟିକା ତିଆରି ପାଇଁ ବ୍ୟାଙ୍କ ଲୋନ ଜରିଆରେ ଆବଶ୍ୟକ ପୁଞ୍ଜି ଯୋଗାଇଛନ୍ତି। ଆଉ ସେରମ ଇନଷ୍ଟିଚ୍ୟୁଟକୁ ୩ ହଜାର କୋଟି ଓ ଭାରତ ବାୟୋଟେକକୁ ୧୫ଶହ କୋଟି ଟଙ୍କା ଆଗୁଆ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଗତ ଏକ ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ମଂଜୁରୀ ମିଳିଛି।

ଏପ୍ରିଲ ଆରମ୍ଭରେ କୋଭିଡ୍ ଟିକାର ଉତ୍ପାଦନ ବୃଦ୍ଧି ପାଇଁ ସେରମ କେନ୍ଦ୍ର ସରକାରଙ୍କୁ ୩ହଜାର କୋଟି ଟଙ୍କା ଅନୁଦାନ ପାଇଁ ଅନୁରୋଧ କରିଥିଲା। ଏବେ ସରକାର ସେରମର ଦାବିକୁ ଅନୁମୋଦନ ଦେଇଛନ୍ତି।

ଜେନେରାଲ ଫାଇନାନସ ନିୟମାନୁଯାୟୀ, ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଏଭଳି ଟଙ୍କା ଆଗୁଆ ଦିଆଯାଇପାରିବ ନାହିଁ  କିନ୍ତୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇ ଆଗୁଆ ଟଙ୍କା ଦେବାକୁ ଗ୍ରୀନ ସିଗନାଲ ଦିଆଯାଇଛି। ଏଥିପାଇଁ ସରକାର ନିୟମରେ କୋହଳ କରିଛନ୍ତି। ଏବେ ସରକାର ମାସିକ ୧୧୨ କୋଟିରୁ ଅଧିକ ଟିକା ପାଇଁ ଅର୍ଡର କରିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ ମାସିକ ୭୦ କୋଟି ଟିକା ତିଆରି କରୁଥିବା ବେଳେ ଏବେ ଆବଶ୍ୟକ ପୁଞ୍ଜି ପାଇବାପରେ ମେ ଶେଷ ସୁଦ୍ଧା ୧୦୦ କୋଟିରୁ ଅଧିକ ଟିକା ତିଆରି କରିବ ବୋଲି ଜଣାପଡ଼ିଛି।

ରେମଡେସିଭିର ଇଞ୍ଜେକସନର ଦାମ କମିଲା!

ସେହିପରି କରୋନା ଚିକିତ୍ସାରେ ବହୁଳ ବ୍ୟବହାର ହେଉଛି ରେମଡେସିଭିର ଇଞ୍ଜେକସନ। ଏବେ ଏହି ଇଞ୍ଜେକସନ ତିଆରିରେ ବ୍ୟବହାର ହେଉଥିବା କଞ୍ଚାମାଲ ଉପରେ ସରକାର ଆମଦାନୀ ଶୁଳ୍କ ହଟାଇ ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଘରୋଇ ବଜାରରେ ରେମଡେସିଭିରର ଦାମ ହ୍ରାସ ପାଇବ।

The post ସେରମକୁ ୩ ହଜାର କୋଟି ଦେଲେ ସରକାର appeared first on Odisha Reporter.



from Odisha Reporter https://ift.tt/3elxIMI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages