ମାଲକାନଗିରି(ଜିତେନ୍ଦ୍ର ବେଉରା): ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନିଜ ଦବଦବା ଜାରି ରଖିଥିବା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା ଶେଷରେ ଆତ୍ମସମର୍ପଣ କରିଛି। ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବା କ୍ରିଷ୍ଣା ନାମରେ ଥିଲା ୩୦ ଲକ୍ଷ ଟଙ୍କାର ପୁରସ୍କାର। କ୍ରିଷ୍ଣାକୁ ଧରାଇ ଦେବା ବ୍ୟକ୍ତିକୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ୩ ରାଜ୍ୟ ପକ୍ଷରୁ ଘୋଷଣା କରାଯାଇଥିଲା। ମାଲକାନଗିରି ପୋଲିସ, ବିଏସ୍ଏଫ ଏବଂ ଆନ୍ଧ୍ର ପୁଲିସ୍ର ଘନ ଘନ ଚଢ଼ାଉରେ ଏକ ପ୍ରକାର ଭୟଭୀତ ହୋଇପଡିଥିବା କ୍ରିଷ୍ଣା ଶେଷରେ ଆନ୍ଧ୍ର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛି।
ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା କ୍ରିଷ୍ଣା । ଦୀର୍ଘ ଦିନ ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନିଜ ଦବଦବା ଜାହିର କରି ରଖିଥିବା କ୍ରିଷ୍ଣା ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ନକ୍ସଲି ହିଂସାରେ ସାମିଲ ଥିଲା। ତେଣୁ ୩ ରାଜ୍ୟ ପୁଲିସ୍ ପକ୍ଷରୁ ତାକୁ ଧରିବା ପାଇଁ ଜୋରସୋର ଉଦ୍ୟମ ହେଉଥିଲା।
ଦୀର୍ଘ ବର୍ଷ ଧରି ପୁଲିସ୍ ଆଖିରେ ଧୁଳି ଦେଇ ବଣ ଜଙ୍ଗଲରେ ଲୁଚି ରହୁଥିବା କ୍ରିଷ୍ଣା ଶେଷରେ ଆନ୍ଧ୍ର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲା ବୋଲି ସୂଚନା ମିଳିଛି । କ୍ରିଷ୍ଣା ନାମରେ ତିନି ରାଜ୍ୟର ସରକାର ୩୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ ।
ଆତ୍ମସମର୍ପଣ ପରେ ଆନ୍ଧ୍ର ପୁଲିସ୍ ପକ୍ଷରୁ କ୍ରିଷ୍ଣାକୁ ୨୦ ଲକ୍ଷରୁ ଅଧିକ ଟଙ୍କା ସହାୟତା କରାଯିବ ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ସୂଚନା ଦିଆଯାଇଛି ।
The post ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା, ଥିଲା ୩୦ ଲକ୍ଷର ପୁରସ୍କାର appeared first on Odisha Reporter.
from Odisha Reporter https://ift.tt/32xZCPX
No comments:
Post a Comment