ନୂଆଦିଲ୍ଲୀ: ପରଲୋକରେ ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀ (୩୪)। ଗୁରୁବାର ସକାଳ ୭ଟାରେ ତାଙ୍କର କରୋନାରେ ମୃତ୍ୟୁ ହୋଇଛି। ଗୁରୁଗ୍ରାମର ଏକ ହସ୍ପିଟାଲରେ ଆଶିଷ ଚିକିତ୍ସାଧୀନ ଥିଲେ। ଆଶିଷଙ୍କ ମୃତ୍ୟୁ ବାବଦରେ ସୂଚନା ଦେଇଛନ୍ତି ସୀତାରାମ। ଯେଉଁମାନେ ତାଙ୍କ ପୁଅର ଚିକିତ୍ସା କରାଇଥିଲେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ୟୁଚେରୀ।
CPI(M) leader Sitaram Yechury's son, Ashish Yechury passes away due to #COVID19. pic.twitter.com/vM5FcdOm1Q
— ANI (@ANI) April 22, 2021
ସେହିପରି କଂଗ୍ରେସର ବରିଷ୍ଠ ନେତା ଡକ୍ଟର ଏ.କେ ୱାଲିଆଙ୍କର ଆଜି ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ଥିଲେ। ଦିଲ୍ଲୀର ଶିଲା ଦୀକ୍ଷିତଙ୍କ ସରକାରରେ ମନ୍ତ୍ରୀ ଥିଲେ।
Senior Congress leader and former Delhi minister Dr AK Walia passes away due to #COVID19, at Apollo Hospital in Delhi.
(File photo) pic.twitter.com/DJVzD2Vwqh
— ANI (@ANI) April 22, 2021
କରୋନାରେ ଆକ୍ରାନ୍ତ ଅନେକ କଂଗ୍ରେସ ନେତା
ସେହିପରି ବୁଧବାର କଂଗ୍ରେସର ଦୁଇଜଣ ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ଏବଂ ଶଶି ଥରୁର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଲୋକସଭାରେ କଂଗ୍ରେସର ନେତା ଚୌଧୁରୀ ଏବଂ ଦଳର ଲୋକସଭା ସଦସ୍ୟ ଥରୁର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଚୌଧୁରୀ କହିଛନ୍ତି, କୋଭିଡ୍ ଟେଷ୍ଟ କରାଇବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଛନ୍ତି। ଗତ ସାତ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କୁ ଟେଷ୍ଟ କରାଇବାକୁ ଅନୁରୋଧ କରିବା ସହ ଆଇସୋଲେସନରେ ରହିବାକୁ ନିବେଦନ କରିଛନ୍ତି।
ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାଜ୍ୟସଭାରେ କଂଗ୍ରେସର ଉପ ନେତା ଆନନ୍ଦ ଶର୍ମା, ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା, ବରିଷ୍ଠ ନେତା ଦିଗବିଜୟ ସିଂହ ଏବଂ ଭୁପେନ୍ଦ୍ର ସିଂ ହୁଡା ପ୍ରମୁଖ କରୋନାରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଅଧୀର ରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Praying for the well-being and swift recovery of Adhir Da. @adhirrcinc
— Narendra Modi (@narendramodi) April 21, 2021
The post କରୋନାରେ ଚାଲିଗଲେ ସୀତାରାମ ୟେଚୁରୀଙ୍କ ପୁଅ appeared first on Odisha Reporter.
from Odisha Reporter https://ift.tt/2Qn1qsD
No comments:
Post a Comment