ରାଜ୍ୟ ଗୁଡ଼ିକୁ ଏସଡିଆରଏଫ ଫଣ୍ଡରୁ ୮୮୭୩.୬ କୋଟି ଦେଲା କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

ରାଜ୍ୟ ଗୁଡ଼ିକୁ ଏସଡିଆରଏଫ ଫଣ୍ଡରୁ ୮୮୭୩.୬ କୋଟି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ମାସକ ପୂର୍ବରୁ କେନ୍ଦ୍ର ଦେଲା ବିପର୍ଯ୍ୟୟ ଟଙ୍କା। କରୋନା ମହାମାରୀ ବେଳେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ବିଭିନ୍ନ ରାଜ୍ୟକୁ ବିପର୍ଯ୍ୟୟ(ଏସଡିଆରଏଫ) ଟଙ୍କା ମେ ମାସରେ ପ୍ରଦାନ କରିଛି। ଶନିବାର ଏହି ଟଙ୍କା ରାଜ୍ୟ ସରକାରକୁ କେନ୍ଦ୍ର ପ୍ରଦାନ କରିଛି। ମୋଟ୍ ୮୮୭୩.୬ କୋଟି ଟଙ୍କାର ବିପର୍ଯ୍ୟୟ ରାଶି ପ୍ରଦାନ କରିଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ। ଏହି ଟଙ୍କା ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ କିସ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମୋଦନ କ୍ରମେ ଅର୍ଥ ମନ୍ତ୍ରାଳୟ ଏହି ଟଙ୍କା ବିଭିନ୍ନ ରାଜ୍ୟକୁ ପ୍ରଦାନ କରିଛି।

ମୋଟ୍ ଟଙ୍କାରୁ ୪୪୩୬.୮ କୋଟି ଟଙ୍କା କୋଭିଡ ପାଇଁ ବିଭିନ୍ନ ରାଜ୍ୟ ଖର୍ଚ୍ଚ କରିପାରିବେ ବୋଲି ସୂଚନା ରହିଛି। ସାଧାରଣତଃ ଜୁନ୍ ମାସରେ ଏହି ଟଙ୍କା ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ପ୍ରଦାନ କରାଯାଏ। ତେବେ କୋଭିଡ୍ ମହାମାରୀକୁ ଦେଖି କେନ୍ଦ୍ର ସରକାର ମାସେ ପୂର୍ବରୁ ୮୮୭୩.୬ କୋଟି ରାଜ୍ୟ ଗୁଡ଼ିକୁ ପ୍ରଦାନ କରିଛନ୍ତି।

ସବୁଠୁ ବଡ଼ କଥା ହେଲା ଚଳିତଥର ମୋଦି ସରକାର ପ୍ରଥମ ଥର ପାଇଁ କେବେଳ ଏହି ଟଙ୍କା ଆଗୁଆ ଦେଇ ନାହାନ୍ତି ବରଂ ଗତବର୍ଷ ଏହି ଟଙ୍କାର ଖର୍ଚ୍ଚ ହିସାବ ରାଜ୍ୟ ଗୁଡ଼ିକ ଦେଇନଥିଲେ ବି କେନ୍ଦ୍ର ଆଗୁଆ ଟଙ୍କା ପ୍ରଦାନ କରିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ଜାରି କରିଥିବା ଏସଡିଆରଏଫ ଫଣ୍ଡ ଜରିଆରେ କୋଭିଡ୍ ମୁକାବିଲା ପାଇଁ ଆବଶ୍ୟକ ଫଣ୍ଡ ଯୋଗାଡ଼ କରିବେ। ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର, ଏୟାର ପ୍ୟୁରିଫାଇର, ଆମ୍ୱୁଲେନ୍ସ ସେବା, କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର, ଥର୍ମାଲ ସ୍କ୍ରିନିଂ, ସ୍କାନର, ପିପିଇ କିଟ୍, ଟେଷ୍ଟିଂ ଲାବରୋଟେରୀ, କଣ୍ଟେନମେଣ୍ଟ ଜୋନ୍ ଇତ୍ୟାଦି ପାଇଁ ଏହି ଟଙ୍କା ଖର୍ଚ୍ଚ ହୋଇପାରିବ।

The post ରାଜ୍ୟ ଗୁଡ଼ିକୁ ଏସଡିଆରଏଫ ଫଣ୍ଡରୁ ୮୮୭୩.୬ କୋଟି ଦେଲା କେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/2RjpU6o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages