ନିର୍ବାଚନ ଯୋଗୁ ଦ୍ରୁତଗତିରେ ମାଡ଼ିଛି କରୋନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ନିର୍ବାଚନ ଯୋଗୁ ଦ୍ରୁତଗତିରେ ମାଡ଼ିଛି କରୋନା!

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ଭାରତରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ମହାରାଷ୍ଟ୍ରଠାରୁ ଆରମ୍ଭ କରି ଦିଲ୍ଲୀ ଯାଏ ସବୁଆଡ଼େ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ବିଭିନ୍ନ କାରଣ ପାଇଁ କରୋନା ଗ୍ରାଫ ଉପର ମୁହାଁ ହେଉଥିବା ବିଶେଷଜ୍ଞମାନେ କହୁଛନ୍ତି। ଏହା ମଧ୍ୟରେ ନିର୍ବାଚନ ପାଇଁ ପ୍ରଚାର ମଧ୍ୟ ଗୋଟିଏ କାରଣ।

ପଶ୍ଚିମବଙ୍ଗରେ ଏବେ ବି ଆହୁରି ୪ଟି ପର୍ଯ୍ୟାୟରେ ଭୋଟିଂ ହେବ। ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଏହି ସବୁ ରାଜ୍ୟରେ ବିଧାନସଭା ତାରିଖ ଘୋଷଣା ହେବା ଦିନଠାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା। ଫେବୃଆରୀ ୨୬ରେ ଉପରୋକ୍ତ ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ଭୋଟ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ।

ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୀତିକ ଦଳ ପ୍ରଚାର ଆରମ୍ଭ କରିଥିଲେ। କେରଳକୁ ଛାଡ଼ି ଆଉ ସବୁ ରାଜ୍ୟରେ ଫେବୃଆରୀ ୨୬ ପରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି। ଏହାର ଅର୍ଥ ନିର୍ବାଚନ ପାଇଁ ହେଉଥିବା ପ୍ରଚାର କାର୍ଯ୍ୟକ୍ରମ କରୋନା ସଂକ୍ରମଣ ପାଇଁ ମଧ୍ୟ ସମ ପରିମାଣରେ ଦାୟୀ।

ଫେବୃଆରୀ ୨୬ରେ ଭାରତରେ ଦୈନିକ ସଂକ୍ରମଣ ୧୬,୫୬୨ ଥିବା ବେଳେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ହେଲେ ଏପ୍ରିଲ ୬ରେ ଦୈନିକ ସଂକ୍ରମଣ ୯୬,୯୮୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୪୪୬ ରହିଥିଲା। ଏହି ସମୟ ସୀମା ମଧ୍ୟରେ ସବୁ ରାଜନୀତିକ ଦଳର ନେତାମାନେ ନିଜ ସମର୍ଥକଙ୍କ ସହ ରାଲି କରିବା ସହ କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ।

ପ୍ରଚାର ବେଳେ କାହା ମୁହଁରେ ମାସ୍କ ନଥିଲା କିମ୍ବା କେହି ବି ସାମାଜିକ ଦୂରତା ନିୟମକୁ ପାଳନ କରୁ ନଥିଲେ। ତେଣୁ ସଂକ୍ରମଣ ୬ ଗୁଣ ଓ ମୃତ୍ୟୁସଂଖ୍ୟା ଫେବୃଆରୀ ୨୬ ତୁଳନାରେ ଏପ୍ରିଲ ୬ରେ ୪ ଗୁଣ ବଢ଼ିଛି।

ତଥ୍ୟ ଅନୁସାରେ, ଫେବୃଆରୀ ୨୬ରେ ପଶ୍ଚିମବଙ୍ଗରେ ୨୧୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଏପ୍ରିଲ ୬ ବେଳକୁ ଏହା ୧୦ ଗୁଣ ବୃଦ୍ଧି ପାଇ ୨୦୫୮ରେ ପହଞ୍ଚି ଯାଇଥିଲା। ତୃତୀୟ ପର୍ଯ୍ୟାୟ ମତଦାନ ଦିନ ହିଁ ଏତେ ସଂଖ୍ୟକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। କେବଳ ସଂକ୍ରମିତଙ୍କ ସଂଖ୍ୟା ନୁହେଁ, ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଛି। ଫେବୃଆରୀ ୨୬ରେ ୩ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଏପ୍ରିଲ ୬ରେ ଏହି ସଂଖ୍ୟା ୩୦ରେ ପହଞ୍ଚିଛି।

ତାମିଲନାଡୁରେ ବି କରୋନା ସଂକ୍ରମଣ ନିର୍ବାଚନ ପ୍ରଚାର ଯୋଗୁ ବୃଦ୍ଧି ପାଇଛି। ଫେବୃଆରୀ ୨୬ରେ ୪୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏପ୍ରିଲ ୬ ତାରିଖରେ ଏହା ୩୬୪୫ରେ ପହଞ୍ଚି ଯାଇଛି। ମୃତ୍ୟୁସଂଖ୍ୟା ୫ରୁ ୩ଗୁଣ ବଢ଼ି ୧୫ ଛୁଇଁଛି। ଖାଲି ସେତିକି ନୁହେଁ, କଂଗ୍ରେସର ଶ୍ରୀଭିଲ୍ଲିପୁଥୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପିଏସ୍‌ ଡବ୍ଲ୍ୟୁ ମାଧବ ରାଓ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ରାଜନେତାଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।

କେରଳରେ ଦୈନିକ ସଂକ୍ରମଣ ଏପ୍ରିଲ ୬ରେ ୩ ହଜାର ଉପରେ ରହିଥିଲା। ତେବେ ଫେବୃଆରୀ ୨୬ ତୁଳନାରେ ଏପ୍ରିଲ ୬ରେ ଏହା ସାମାନ୍ୟ କମ। ଫେବୃଆରୀ ୨୬ରେ ୩,୬୭୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଏପ୍ରିଲ ୬ରେ ଏହି ସଂଖ୍ୟା ୩୫୦୨ ରହିଛି। କିନ୍ତୁ ମୃତ୍ୟୁସଂଖ୍ୟା ଉଭୟ ତାରିଖରେ ସମାନ ୧୪ ରହିଥିଲା। କରୋନାର ଦ୍ୱିତୀୟ ଲହରରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ କଂଗ୍ରେସ ନେତା ଓମେନ ଚାଣ୍ଡି ମଧ୍ୟ ସଂକ୍ରମିତ ହୋଇଥିଲେ।

ଆସାମରେ ମଧ୍ୟ ନିର୍ବାଚନ ବେଳେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଫେବୃଆରୀ ୨୬ରେ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୬ରେ ଏହି ସଂଖ୍ୟା ୯୨କୁ ବୃଦ୍ଧି ପାଇଥିଲା। ଆସାମରେ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ରେ ସମସ୍ତ ୧୨୬ ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିଲା।

ପୁଡୁଚେରୀରେ ମଧ୍ୟ ନିର୍ବାଚନ ଯୋଗୁ କରୋନା ୧୨ ଗୁଣ ବୃଦ୍ଧି ପାଇଛି। ଫେବୃଆରୀ ୨୬ରେ ପୂରା ପୁଡୁଚେରୀରେ ୨୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ଏପ୍ରିଲ ୬ରେ ଏଠାରେ ୨୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ।

The post ନିର୍ବାଚନ ଯୋଗୁ ଦ୍ରୁତଗତିରେ ମାଡ଼ିଛି କରୋନା! appeared first on Odisha Reporter.



from Odisha Reporter https://ift.tt/2OK5673

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages