ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଏମ୍ଭି-୭ ନିକଟରେ ଥିବା ତାମସା ମୁଖ୍ୟ କେନାଲ ଭାଙ୍ଗି ଯାଇଛି। ଫଳରେ ଗାଁ ନିକଟରେ ଥିବା ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହେବା ସହ ପାଣି ଘେରରେ ଫସିଛନ୍ତି ଲୋକ। ନିମ୍ନମାନର କାମ ହେତୁ କେନାଲ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ଏମ୍ଭି-୨ ଗାଁ ଭିତରେ ବି ପାଣି ପଶିବା ଫଳରେ ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଏଥିଯୋଗୁ ଲୋକଙ୍କ ବହୁ କ୍ଷତି ହେବା ସହ ଧନ ଜୀବନ ବିପଦକୁ ଠେଲି ହୋଇଯାଇଛି । ପାଣି ଘେରରେ ଲୋକ ରହିବାକୁ ବାଧ୍ୟ ହେବା ସହ ବହୁ ହିନସ୍ତା ହେଉଥିବା ଅଭିଯୋଗ ହେଉଛି। ଲୋକଙ୍କ ଘର ଭିତରେ ପାଣି ଯିବା ଯୋଗୁଁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
କେନାଲର ନିର୍ମାଣ କାମ ନିମ୍ନମାନର ହୋଇଥିବା ଯୋଗୁଁ ଏପରି ହୋଇଥିବା ଲୋକେ ଅଭିଯୋଗ କରିବା ସହ ଏଥିଯୋଗୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳି ପାରି ନାହିଁ।
The post ଭାଙ୍ଗିଲା ତାମସା ମୁଖ୍ୟ କେନାଲ, ଚାଷ ଜମି ଜଳମଗ୍ନ appeared first on Odisha Reporter.
from Odisha Reporter https://ift.tt/3n7UATX
No comments:
Post a Comment