ଜୀବନର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କଲେ ଜଳକନ୍ୟା, ମହାନଦୀରୁ ପାଇଥିଲେ କାଲୋ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 21, 2021

ଜୀବନର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କଲେ ଜଳକନ୍ୟା, ମହାନଦୀରୁ ପାଇଥିଲେ କାଲୋ ଦମ୍ପତି

ଝାରସୁଗୁଡ଼ା(ଭାଗିରଥି ସାହୁ) ଯୁଗ ଆସି କେଉଁଠି ହେଲାଣି।  ହେଲେ ଆଜି ବି ଅନେକ ପରିବାର କନ୍ୟା ସନ୍ତାନ ପାଇଁ କୁଣ୍ଠିତ।  ହେଲେ ରକ୍ତ ସଂପର୍କ ନଥାଇ ବି, ମନର ସଂପର୍କ, ମମତାର ସଂପର୍କ କେତେ ଯେ ନିବିଡ଼ ହୋଇପାରେ, ତାହା ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁରର କାଲୋ ଦଂପତି । ୫ ବର୍ଷ ତଳେ ଛତିଶଗଡ଼ରୁ ମହାନଦୀରେ ଭାସି ଆସିଥିବା ଜଣେ ଝିଅକୁ ସେମାନେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ।  ଆଉ ଗତକାଲି ଏହି ଜଳକନ୍ୟା ସୋନିଙ୍କର ଧୁମ୍‌ଧାମରେ ସରିଛି ବାହାଘର।

ସୋନିଙ୍କ ନିଜ ଘର ଝାରସୁଗୁଡ଼ା ଲଖନପୁରର କୁଶମେଲ ନୁହେଁ, କି ସନ୍ୟାସୀ କାଲୋ ଓ ଅହଲ୍ୟା ତାଙ୍କ ନିଜ ବାପା ମାଆ ନୁହଁନ୍ତି । ସୋନି ସେମାନଙ୍କ ପାଳିତା କନ୍ୟା।  ଛତିଶଗଡ଼ ସାରଙ୍ଗଗଡ଼ ଜେବ୍ରାର ଦ୍ରୋପତୀ ଯାଦବ ଓରଫ୍ ସୋନିଙ୍କୁ ୫ବର୍ଷ ତଳେ ମହାନଦୀରୁ ପାଇ ପାଳିପୋଷି ବଡ଼ କରିଛନ୍ତି କାଲୋ ଦଂପତି।  ତାଙ୍କୁ କେବଳ ପୂନର୍ଜନ୍ମ ଦେଇନାହାନ୍ତି, ବାପା ମାଆର ପରିଚୟ ଦେଇଛନ୍ତି।

ସୋନିଙ୍କ ସହ କାଲୋ ଦମ୍ପତି।

ପାଠ ପଢ଼ାଇଛନ୍ତି। ସିଲେଇ ଶିଖାଇ ନିଜ ଗୋଡ଼ରେ ନିଜେ ଠିଆ ହେବାର ସାହସ ଦେଇଛନ୍ତି । ଆଉ ଏବେ ଧୁମ୍‌ଧାମରେ ଝିଅର ବାହାଘର ସରିବା ପରେ, ସେମାନଙ୍କ ଖୁସି ବି କହିଲେ ନସରେ।  ଛତିଶଗଡ଼ ଧରମଜୟଗଡ଼ର ପୁରୁଷୋତ୍ତମ ଯାଦବଙ୍କ ସହ ସୋନିଙ୍କ ବିବାହ ହୋଇଥିବା ବେଳେ, ବିବାହର ସମସ୍ତ ଖର୍ଚ୍ଚ ବହନ କରିବା ସହ କନ୍ୟାଦାନ କରିଛନ୍ତି ବିଧାୟକ କିଶୋର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ। ପ୍ରିୟ ପରିଜନଙ୍କ ଗହଳି ଚହଳି ସହ ଆନନ୍ଦ ଉଲ୍ଲାସରେ ବାହାଘର ହୋଇଥିଲା। ତାଙ୍କ ଜୀବନରେ ବି ଯେ ଏ ମୁହୂର୍ତ୍ତ ଏତେ ଖୁସି ନେଇ ଆସିବ, ତାହା ହୁଏତ ସ୍ୱପ୍ନରେ ବି ଭାବିନଥିଲେ ସୋନି।

୨୦୧୬ ସେପ୍ଟେମ୍ବର ୧୪ ।  ଡରାଉଥାଏ ଉଛୁଳା ମହାନଦୀର ପ୍ରଖର ସୁଅ । ଶାଖା ନଈ କେଲୋର ସଂଗମସ୍ଥଳକୁ ସାଥୀ ମତ୍ସ୍ୟଜୀବୀଙ୍କ ସହ ମାଛ ମାରିବାକୁ ଯାଇଥାନ୍ତି କୁଶମେଲର ସନ୍ୟାସୀ କାଲୋ।  ସନ୍ୟାସୀ ବା କାହୁଁ ଜାଣିବେ, ମାଛ ଆଶାରେ ଆସି, ତାଙ୍କୁ ମିଳିଯିବ ସୋନି ଭଳି କନ୍ୟାରତ୍ନଟିଏ। ସେଦିନ ନଈରେ ଭାସିଯାଉଥିବା ସୋନିଙ୍କୁ ଉଦ୍ଧାର କରିଥିଲେ ସନ୍ୟାସୀ ।  ହୋସ୍ ଆସିବା ପରେ ଜଣାପଡ଼ିଥିଲା, ୧୬ ବର୍ଷୀୟା ସୋନିଙ୍କର ମାଆ ନାହାନ୍ତି। ବାପା ମାନସିକ ଭାରସାମ୍ୟ ହରାଇ କୁଆଡ଼େ ଚାଲିଯାଇଛନ୍ତି।  ଅଜା ଓ ମାଉସୀ ଘରେ ବଢ଼ିଥିବା ସୋନି ସାରଙ୍ଗଗଡ଼ରେ ଜଣଙ୍କ ଘରେ କାମ କରୁଥିବା ବେଳେ, ଚନ୍ଦ୍ରହାସିନୀ ଦର୍ଶନ ପାଇଁ ଆସିଥିଲେ।

ସେତିକି ବେଳେ ମହାନଦୀରେ ଗୋଡ଼ ଖସି ପାଣିରେ ଭାସି ଯାଇଥିଲେ।  ୧୨ ଘଣ୍ଟା ଧରି ନଈରେ ୫୦ କିଲୋମିଟର ଭାସି ଆସି ଝିଅଟି ସୁରକ୍ଷିତ ଉଦ୍ଧାର ହେବା କିଛି ଚମତ୍କାରଠୁ କମ୍ ନଥିଲା।  ଝିଅ ଘରକୁ ନଫେରି ସେମାନଙ୍କ ପାଖରେ ରହିବାକୁ ଚାହିଁବାରୁ, ଏହାକୁ ଭଗବାନଙ୍କ ଆଶୀର୍ବାଦ ଭାବି ଆଇନତଃ ସୋନିକୁ ପୋଷ୍ୟ ଝିଅ ଭାବେ ଗ୍ରହଣ କରିଥିଲେ ଏହି କାଲୋ ଦଂପତି।  ଆଉ ଏବେ ଝିଅକୁ ୨୧ ଚାଲିବା ପରେ ତାର ଧୁମ୍‌ଧାମ୍‌ରେ ବାହାଘର କରି କେବଳ ସେମାନେ ନୁହଁନ୍ତି, ପୁରା ଗାଁ ଉତ୍ସାହିତ।

The post ଜୀବନର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କଲେ ଜଳକନ୍ୟା, ମହାନଦୀରୁ ପାଇଥିଲେ କାଲୋ ଦମ୍ପତି appeared first on Odisha Reporter.



from Odisha Reporter https://ift.tt/3avcx9X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages