ନୂଆଦିଲ୍ଲୀ: ଦେଶର ୪୮ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ୍.ଭି ରମନା। ଗତକାଲି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡେ ଏହି ପଦବୀରୁ ଅବସର ଗ୍ରହଣ କରିବା ପରେ ଜଷ୍ଟିସ ରମନା ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ରମନାଙ୍କୁ ଶପଥ ପାଠ କରାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। କୋଭିଡ ପ୍ରୋଟୋକଲ ଅନୁଯାୟୀ ଏହି ଶପଥ ପାଠ ସମାରୋହ ଆୟୋଜିତ ହୋଇଥିଲା।
ସାଧାରଣତଃ ପ୍ରଧାନ ବିଚାରପତି ଭାବରେ ଶପଥ ନେଲା ବେଳେ ତାଙ୍କର ପରିବାର ଲୋକ, ଶୁଭେଚ୍ଛୁ ଉପସ୍ଥିତ ରୁହନ୍ତି। ହେଲେ କୋଭିଡ ପାଇଁ ଅଳ୍ପ ଲୋକଙ୍କୁ ଉପସ୍ଥିତ ରହିବାକୁ ରାଷ୍ଟ୍ରପତି ଭବନ ତରଫରୁ ନିଷ୍ପତ୍ତି ନିଆଯାଇଥିଲା।
ପରମ୍ପରା ଅନୁଯାୟୀ ସିଜେଆଇ ଶପଥ ନେବା ବେଳେ ସୁପ୍ରିମକୋର୍ଟ ଏବଂ ଅନ୍ୟାନ୍ୟ ହାଇକୋର୍ଟର ବିଚାରପତି ମଧ୍ୟ ଉପସ୍ଥିତ ରୁହନ୍ତି। ହେଲେ ଚଳିତଥର ସୁପ୍ରିମକୋର୍ଟର ଅନେକ ବିଚାରପତି କୋଭିଡରେ ସଂକ୍ରମିତ ଥିବାରୁ କେବଳ ନେଗେଟିଭ ରିପୋର୍ଟ ଥିବା ବିଚାରପତି ଏହି ସମାରୋହରେ ଉପସ୍ଥିତ ଥିବା ସୂଚନା ରହିଛି।
Delhi: Justice NV Ramana takes oath as the new Chief Justice of India (CJI). He was administered the oath by President Ram Nath Kovind, at Rashtrapati Bhavan. pic.twitter.com/jDESeLZh2D
— ANI (@ANI) April 24, 2021
ଜଷ୍ଟିସ ରମନା ୨୭ ଅଗଷ୍ଟ ୧୯୫୭ ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଫେବୃଆରୀ ୨, ୨୦୧୭ ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କର କାର୍ଯ୍ୟକାଳର ଅବଧି ପୂରଣ ହେବାକୁ ମାତ୍ର ଦୁଇ ବର୍ଷ ବାକି ଅଛି। ସେ ୨୬ ଅଗଷ୍ଟ ୨୦୨୨ରେ ଅବସର ନେବାକୁ ଯାଉଛନ୍ତି।
୧୦ ଫେବୃଆରୀ ୧୯୮୩ ରେ ପ୍ରଥମେ ଓକିଲାତି ଆରମ୍ଭ କରିଥିଲେ। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ଜଷ୍ଟିସ ରମନା ମଧ୍ୟ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଥିଲେ।
ଜଣେ ଚାଷୀ ପରିବାରରୁ ଆସିଥିବା ରମନା ବିଜ୍ଞାନ ଏବଂ ଆଇନରେ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ, କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଏବଂ ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ କରିଥିଲେ। ସେ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକ ପାଇଁ ଏକ ପ୍ୟାନେଲ ପରିଷଦ ଭାବରେ ମଧ୍ୟ କାମ କରିଥିଲେ।
୨୭ ଜୁନ୍ ୨୦୦୦ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହାପରେ ୧୩ ମାର୍ଚ୍ଚରୁ ୨୦ ମେ ୨୦୧୩ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଥିଲେ। ୨ ସେପ୍ଟେମ୍ବର ୨୦୧୩ରେ ପଦୋନ୍ନତି ମିଳିବା ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଏହାପରେ ଫେବୃଆରୀ ୧୭, ୨୦୧୪ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ହୋଇଥିଲା।
The post ୪୮ତମ ପ୍ରଧାନ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ୍ ଏନ୍.ଭି ରମନା appeared first on Odisha Reporter.
from Odisha Reporter https://ift.tt/3aBsMSK
No comments:
Post a Comment