ମୁମ୍ବାଇ: ବଲିଉଡର କମାଣ୍ଡୋ ଗାର୍ଲ ତଥା ଅଭିନେତ୍ରୀ ଅଦା ଶର୍ମା। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ପ୍ରତିଦିନ ସେ ନିଜ ଫ୍ୟାନ୍ସଙ୍କ ପାଇଁ ନୂଆ ନୂଆ ପୋଷ୍ଟ କରି ତାଙ୍କୁ ଏଣ୍ଟରଟେନ୍ କରନ୍ତି। କେତେବେଳେ ଡ୍ୟାନ୍ସ ବିଡିଓ ତ ଆଉ କେତେବେଳେ ଫିଟ୍ନେସ୍ ଭଡିଓ। ତାଙ୍କର ଏ ସବୁ ଭିଡିଓଗୁଡିକ ସୋଶାଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହୁଏ। ତେବେ ନିକଟରେ ସେ ଏଭଳି ହିଁ ଆଉ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି।
ସବୁବେଳେ ହଟ୍ ଆଣ୍ଡ ଗ୍ଲାମରସ ଲୁକ୍ରେ ନଜର ଆସୁଥିବା ଅଦାଙ୍କ ଦେଖିବାକୁ ମିଳିଛି ନୂଆ ଅବତାର। ଭିଡିଓରେ କ୍ଲାସିକାଲ୍ ଲୁକ୍ରେ ନଜର ଆସିଛନ୍ତି କମାଣ୍ଡୋ ଗାର୍ଲ। ଜବରଦସ୍ତ ଏକ୍ସପ୍ରେସନ୍ ସହ ମ୍ୟୁଜିକ୍ର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଛନ୍ତି ଅଦା। ତାଙ୍କର ଏହି ଡ୍ୟାନ୍ସ ଭିଡିଓଟି ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସୁଛି। ଏହି ଭିଡିଓଟିକୁ ବର୍ତ୍ତାମାନ ଯାଏଁ ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
ସୂଚନାଯୋଗ୍ୟ ଯେ, ଏବେ ଅଦା ତାଙ୍କ ଅପକମିଂ ତେଲୁଗୁ ଫିଲ୍ମ ଓ ଏକ ସଟ୍ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅଦା ଶର୍ମାଙ୍କୁ ଶେଷ ଥର ପାଇଁ ଫିଲ୍ମ `କମାଣ୍ଡୋ-୩’ରେ ଦେଖିବାକୁ ମିଳିଥିଲା। `୧୯୨୦’ ହରର୍ ଫିଲ୍ମରୁ ଅଦା ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ବଲିଉଡ୍ରେ ଜବରଦସ୍ତ ହିଟ୍ ମଧ୍ୟ ହୋଇଥିଲା।
View this post on Instagram
The post `କମାଣ୍ଡୋ ଗାର୍ଲ’ଙ୍କ କ୍ଲାସିକାଲ ଲୁକ୍, ଡ୍ୟାନ୍ସ ଭିଡିଓ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/2Qs0Yta
No comments:
Post a Comment