କୋଭିଡ ଡ୍ୟୁଟିରେ ସେଲେବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 24, 2021

କୋଭିଡ ଡ୍ୟୁଟିରେ ସେଲେବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌

ମୁମ୍ବାଇ: କୋଭିଡ ଡ୍ୟୁଟିରେ ଲାଗିଛି ବଲିଉଡ ସେଲେବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌।  ସୁଟିଂ ବେଳେ ବଲିଉଡ କଳାକାରଙ୍କ ବିଶ୍ରାମ ପାଇଁ ବ୍ୟବହୃତ ଭ୍ୟାନ୍ ଏବେ କରୋନା ସମୟରେ ପୁଲିସ କର୍ମଚାରୀଙ୍କ କାମରେ ଆସୁଛି। ମାୟା ନଗରୀ ମୁମ୍ବାଇରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ରାସ୍ତା କଡ଼ରେ ଲାଗିଛି ଭ୍ୟାନିଟି ଭ୍ୟାନ। ମାତ୍ର ବଲିଉଡ୍ ସେଲିବ୍ରିଟିଙ୍କ ବଦଳରେ ଭ୍ୟାନ୍ ଭିତରେ ବିଶ୍ରାମ କରୁଛନ୍ତି ପୁଲିସ କର୍ମଚାରୀ।

ମୁମ୍ବାଇର ଜଣେ ବ୍ୟବସାୟୀ ବିଭିନ୍ନ ସ୍ଥାନରେ ନିଜର ଭ୍ୟାନ୍ ରଖିବା ସହ ବିନା ମୂଲ୍ୟରେ ପୁଲିସ କର୍ମଚାରୀଙ୍କୁ ସେବା ଯୋଗାଇ ଦେଉଛନ୍ତି। ଡ୍ୟୁଟି ପରେ ପୁଲିସ କର୍ମଚାରୀମାନେ ଏହି ଭ୍ୟାନ୍‌ରେ ବିଶ୍ରାମ ନେଉଛନ୍ତି। ଭ୍ୟାନରେ ବିଶ୍ରାମ କକ୍ଷ ସହ ପିଇବା ପାଣି, ଶୌଚାଳୟ ସୁବିଧା ମଧ୍ୟ ରହିଛି।

ମହିଳା ପୁଲିସ କର୍ମଚାରୀମାନେ ଡ୍ୟୁଟି ସମୟରେ ଶୌଚାଳୟ ଯିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ଏହି ଭ୍ୟାନ୍ ମିଳିବା ପରେ ସେମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । ବର୍ତ୍ତମାନ ଲକଡାଉନ୍ ଯୋଗୁଁ ଫିଲ୍ମ ସୁଟିଂ ବନ୍ଦ ରହିଛି। ତେଣୁ ପୁଲିସ କର୍ମଚାରୀଙ୍କ ସୁବିଧା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଭ୍ୟାନିଟି ଭ୍ୟାନ୍‌ ମାଲିକ କେତନ ରାୱଲ। ସେ ପୁଲିସର ସେବା ପାଇଁ ୧୦ଟି ଭ୍ୟାନିଟି ଭ୍ୟାନ୍‌ ଯୋଗାଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ମହିଳା ପୁଲିସ ଅଧିକାରୀଙ୍କ କର୍ତ୍ତବ୍ୟ ପାଇଁ କେତନ ତାଙ୍କୁ ଏକ ଭ୍ୟାନିଟି ଭ୍ୟାନ ଦେଇଥିଲେ । ଏହାର ବ୍ୟବହାର ସେମାନେ ବିଶ୍ରାମ ନେବା , ବାଥରୁମ ଯିବା ଏବଂ ଘରକୁ ଯିବା ପୂର୍ବରୁ ଡ୍ରେସ୍‌ ବଦଳାଇବାରେ କରୁଥିଲେ ।

The post କୋଭିଡ ଡ୍ୟୁଟିରେ ସେଲେବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌ appeared first on Odisha Reporter.



from Odisha Reporter https://ift.tt/3vitfky

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages