ଭୋପାଲ: କରୋନା ମହାମାରୀ ବେଳେ ମହାନତା ଦେଖାଇଲେ ପୁଲିସ କର୍ମଚାରୀ। ଲକଡାଉନ୍ରେ ଫସିଥିବା ଶ୍ରମିକଙ୍କୁ ବାଣ୍ଟିଲେ ଟଙ୍କା ଓ ଖାଦ୍ୟ। ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାମୁତାବକ, ଏବେ ଚାରିଆଡେ କରୋନାକୁ ନେଇ ହାହାକାର। ଏହାର ମୁକାବିଲା ପାଇଁ କେତେକ ରାଜ୍ୟ ଲକଡାଉନ୍ ଘୋଷଣା କରିଛନ୍ତି। ଲକଡାଉନ୍ ପରେ ପ୍ରବାସୀ ଶ୍ରମିକମାନେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଘର ବାହୁଡା ପାଇଁ ଟ୍ରେନ୍ ବସ୍ ଓ ପାଦରେ ଚାଲି ଚାଲି ଯିବାକୁ ବାହାରି ପଡିଛନ୍ତି। ଏଭଳି ସ୍ଥିତିରେ ଇନ୍ଦୋରରେ କିଛି ପ୍ରବାସୀ ଶ୍ରମିକ ନିଜ ଘରକୁ ଯିବା ପାଇଁ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏତିକି ବେଳେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିବା ସହ ଟଙ୍କା ମଧ୍ୟ ବାଣ୍ଟିଥିଲେ। ଏପରିକି ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଏକ ଅଟୋର ବ୍ୟବସ୍ଥା ମଧ୍ୟ କରି ଦେଇଥିଲେ।
ଏହି ପୁଲିସ କର୍ମଚାରୀଙ୍କ ନାଁ ହେଉଛି ସଞ୍ଜୟ ସାନ୍ଭେ। ସେହିଦିନ ଇନ୍ଦୋର୍ର ଅନ୍ନପୂର୍ଣ୍ଣା ଅଞ୍ଚଳରେ ତାଙ୍କର ପୋଷ୍ଟିଂ ଥିଲା। ତେବେ ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ସେ ରାସ୍ତାରେ କିଛି ପ୍ରବାସୀ ଶ୍ରମିକଙ୍କୁ ଭେଟିଥିଲେ। ପ୍ରାୟ ୩୫ ଜଣ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ଥିଲେ। ପୁଲିସ କର୍ମଚାରୀ ଜଣଙ୍କ ତାଙ୍କୁ କେଉଁଠାକୁ ଯାଉଛ ପଚାରିବା ପରେ ସେମାନେ ନିଜ ଗାଁ ସାଗରକୁ ଯାଉଛୁ ବୋଲି କହିଥିଲେ। ଏଥିସହ ସେଠାକୁ ଯିବା ପାଇଁ ଭୋର ୪ଟାରୁ ଚାଲିବା ଆରମ୍ଭ କରିଥିବା କହିଥିଲେ ପ୍ରବାସୀ। ଖାଇବା ପିଇବା ପାଇଁ ସେମାନଙ୍କ ପାଖରେ ମାତ୍ର ୩୫୦ ଟଙ୍କା ଥିବା ମଧ୍ୟ ଜଣାଇଥିଲେ ପ୍ରବାସୀ।
୩୫ ଜଣଙ୍କ ପାଇଁ ୩୫୦ ଟଙ୍କା କିଭଳି ପାଇବ ବୋଲି ସଞ୍ଜୟ ପ୍ରଶ୍ନ କରିଥିଲେ। ସେତେବେଳେ ସଞ୍ଚୟଙ୍କ ପାଖରେ ମାତ୍ର ୮୦୦ ଟଙ୍କା ଥିଲା। ଏହାପରେ ସେ ଆଉ କିଛି ଟଙ୍କା ଏଟିଏମ୍ରୁ ଉଠାଇଥିଲେ। ଏଥିସହ ନିଜ ଘରୁ ସେମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରିଥିଲେ। ଏହାପରେ ସେମାନଙ୍କୁ ଛାଡିବା ପାଇଁ ଏକ ଅଟୋର ବ୍ୟବସ୍ଥା କରିଥିଲେ ବୋଲି ସଞ୍ଜୟ କହିଛନ୍ତି।
ପୁଲିସ କର୍ମଚାରୀ ସଞ୍ଜୟଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଜୋରସୋର୍ରେ ଭାଇରାଲ ହେବାରେ ଲାଗିଛି। ତାଙ୍କୁ ଚାରିଆଡୁ ପ୍ରଶଂସା ମଧ୍ୟ କରାଯାଉଛି।
The post ମହାନତା ଦେଖାଇଲେ ପୁଲିସ, ପ୍ରବାସୀଙ୍କୁ ବାଣ୍ଟିଲେ ଖାଦ୍ୟ ଓ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3tP1KyZ
No comments:
Post a Comment