କରୋନା ରୋଗୀଙ୍କ ପାଇଁ ବଲିଉଡ ଗୀତରେ ନାଚିଲେ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

କରୋନା ରୋଗୀଙ୍କ ପାଇଁ ବଲିଉଡ ଗୀତରେ ନାଚିଲେ ଡାକ୍ତର

ଗୁଜରାଟ: ରୋଗୀଙ୍କ ପାଇଁ ନାଚିଲେ ଡାକ୍ତର। ବଲିଉଡ ଗୀତର ତାଳେ ତାଳେ ଝୁମିଲେ ସ୍ୱାସ୍ଥ୍ୟକର୍ମୀ। କରୋନା ଆକ୍ରାନ୍ତଙ୍କ ବଢ଼ାଇଲେ ମନୋବଳ। ପରିବାରର ସଦସ୍ୟଙ୍କ ଭଳି ବାଣ୍ଟିଲେ ପ୍ରେମ। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଗୁଜରାଟ ବଦୋଦରାର ଏକ ହସ୍ପିଟାଲରୁ ଏହି ପ୍ରେରଣାଦାୟୀ ଭିଡିଓଟି ସାମ୍ନାକୁ ଆସିଛି। ପାରୁଲ ସେବାଶ୍ରମ ହସ୍ପିଟାଲର ଜେନେରାଲ ୱାର୍ଡରେ ଡାକ୍ତର ଓ କିଛି ସ୍ୱାସ୍ଥ୍ୟକର୍ମୀ ମିଶି କରୋନା ରୋଗୀଙ୍କ ପାଇଁ ଫିଲ୍ମି ଗୀତରେ ନାଚୁଛନ୍ତି। କରୋନା ସହ ଲଢ଼ିବା ଲାଗି ସେମାନଙ୍କୁ ଯୋଗାଇଛନ୍ତି ସାହାସ।  ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଏଭଳି ନିଆରା ଉପାୟ ଆପଣାଇଛନ୍ତି ଡାକ୍ତର। ପିପିଇ କିଟ୍ ପିନ୍ଧି‌ ରୋଗୀଙ୍କ ସାମ୍ନାରେ `ସୋଚନା କ୍ୟା ଜୋ ଭି ହୋଗା ଦେଖା ଯାଏଗା…’ ଗୀତରେ ଏମାନେ ନାଚୁଛନ୍ତି। ସେପଟେ ରୋଗୀମାନେ ମଧ୍ୟ ଖଟ ଉପରେ ଶୋଇ ଡାକ୍ତରଙ୍କ ଡ୍ୟାନ୍ସଙ୍କୁ ମନଭରି ଉପଭୋଗ କରୁଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କ ନାଚର ତାଳେ ତାଳେ ରୋଗୀମାନେ ମଧ୍ୟ ଖଟ ଉପରେ ଶୋଇ ଝୁମୁଥିବା ଦେଖିବାକୁ ମିଳିଛି।

ରୋଗୀମାନେ ନିରାଶ ନହୋଇ ଯେପରି ରୋଗ ସହ ଲଢ଼ିବେ ଏବଂ ସୁସ୍ଥ ହେବେ ସେଥିପାଇଁ ଏହି ସେବାଶ୍ରମ ହସ୍ପିଟାଲର ଡାକ୍ତରମାନେ ଏଭଳି ନିଆରା ଉପାୟ ଅପଣାଇଛନ୍ତି। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଜୋରସୋରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଦେଶରେ ପୁଣି ମୁଣ୍ଡ ଟେକିଛି ମହାମାରୀ। ଭୟଙ୍କର ରୂପେ ମାଡିଚାଲିଛି କିଲର ଭାଇରସ କରୋନା। ପ୍ରତିଦିନ ୨ ଲକ୍ଷ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯାଇଛି ତ ଆଉ କେଉଁଠି ଲକ୍‌ଡାଉନ୍‌। ଶଶ୍ମାନ ଘାଟ ଠାରୁ ଆରମ୍ଭ କରି ହସ୍ପିଟାଲ ପ୍ରତିଟି ସ୍ଥାନରେ କରୋନାର କହର ଦେଖିବାକୁ ମିଳିଛି। ଗୋଟିଏ ପଟେ ହସ୍ପିଟାଲରେ ଯେଉଁଠି କରୋନା ରୋଗୀଙ୍କୁ ସଠିକ ଚିକିତ୍ସା ମିଳିପାରୁ ନାହିଁ, ସେଇଠି କରୋନା ରୋଗୀଙ୍କ ପାଇଁ ଡାକ୍ତରଙ୍କ ଏଭଳି ନିଆରା ଡ୍ୟାନ୍ସ ଏବେ ଚାରିଆଡୁ ପ୍ରଶଂସା ସାଉଁଟିଛି।

The post କରୋନା ରୋଗୀଙ୍କ ପାଇଁ ବଲିଉଡ ଗୀତରେ ନାଚିଲେ ଡାକ୍ତର appeared first on Odisha Reporter.



from Odisha Reporter https://ift.tt/3v1bbv5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages