ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ୍-୧୪। ଏନେଇ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ସେପଟେ ଆଇପିଏଲ୍-୧୪ ମ୍ୟାଚ୍କୁ ନେଇ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ଚଳିତ ବର୍ଷ ଏହି ଟି-୨୦ ଲିଗ୍ ଭାତରର ୬ଟି ସହରରେ ଖେଳାଯିବ। ତେବେ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ପଶିଛି ମହାମାରୀ କରୋନା। ଯାହାକୁ ନେଇ ଏବେ ସମସ୍ତଙ୍କ ଚିନ୍ତା ବଢ଼ିଛି।
ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମର ୮ ଜଣ ଗ୍ରାଉଣ୍ଡ ଷ୍ଟାଫ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ରିପୋର୍ଟ ମୁତାବକ ଗତ ସପ୍ତାହରେ ୱାଙ୍ଖଡେ ଷ୍ଟାଡିୟମର ୧୯ ଜଣ ଗ୍ରାଉଣ୍ଡ ଷ୍ଟାଫଙ୍କ କରୋନା ଟେଷ୍ଟ ହୋଇଥିଲା। ଏଥିରୁ ଗତ ୨୬ ମାର୍ଚ୍ଚ ଦିନ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଏପ୍ରିଲ ୧ ତାରିଖ ଆଉ ୫ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଥିଲା।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚଳିତ ଆଇପିଏଲ ସିଜିନ ୧୪ର ପ୍ରଥମ ମ୍ୟାଚ୍ ଏପ୍ରିଲ ୧୦ ତାରିଖରେ ଖୋଳଯିବ। ଚେନ୍ନାଇ ସୁପରକିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମହାମୁକାବିଲା। ତେବେ ଏହା ପୂର୍ବରୁ ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ବିସିସିଆଇର ଚିନ୍ତା ବଢ଼ିଛି। ଉକ୍ତ ଷ୍ଟାଡିୟମର ସମସ୍ତ ପ୍ରବେଶ ଦ୍ୱାରକୁ ସିଲ୍ କରି ମ୍ୟାଚ୍ ଖେଳାଯିବାକୁ ନେଇ ଯୋଜନା ଚାଲିଛି।
ସେପଟେ ମୁମ୍ବାଇରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁମ୍ବାଇ କ୍ରିକେଟ ଆସୋସିଏସନ୍ ଆଇପିଏଲ୍କୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି। ଏମ୍ସିଏ କମ୍ରୁ ଅତି କମ୍ ଗ୍ରାଉଣ୍ଡ ଷ୍ଟାଫ୍ଙ୍କୁ ଷ୍ଟାଡିୟମରେ ରଖିବା ପାଇଁ ଯୋଜନା କରିଛି।
ସୂଚନା ମୁତାବକ ଆସନ୍ତା ଏପ୍ରିଲ ୯ ତାରିଖରେ କ୍ରିକେଟର ଫଟାଫଟ ଲଢ଼େଇ ଆରମ୍ଭ ହେବ। ଆଇପିଏଲ-୧୪ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ।
The post ଆଇପିଏଲ୍ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ପଶିଲା କରୋନା appeared first on Odisha Reporter.
from Odisha Reporter https://ift.tt/39zZxiE
No comments:
Post a Comment