ଲକ୍ଷ୍ନୌ: ଘରେ ବା ବାହାରେ କୌଣସି ସମସ୍ୟାର ସମ୍ମୁଖିନ ହେଲେ ସମାଧାନ ପାଇଁ ସମସ୍ତେ ଥାନାକୁ ଧାଇଁଥାନ୍ତି। ହେଲେ ଥାନାରେ ଥିବା ପୁଲିସ୍ ଅଧିକାରୀ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଆପଣଙ୍କୁ ଶଙ୍ଖ ଫୁଙ୍କି, ତିଳକ ଲଗାଇ, ଗାୟତ୍ରୀ ମନ୍ତ୍ରୀ ଜପ କରି ଭଗବାନଙ୍କ ନାମ ସ୍ମରଣ କରିବାକୁ କହିବେ, ତାହେଲେ ଆପଣ କ’ଣ ଭାବିବେ। ଏପରି ଘଟଣା ଘଟୁଛି ଉତ୍ତର ପ୍ରଦେଶର ମେରଠସ୍ଥିତ ନୌଚନ୍ଦି ଥାନାରେ । ନିଜର ଏପରି ଅଜବ ବ୍ୟବହାର ପାଇଁ ଏଠାରେ କାର୍ଯ୍ୟରତ ଥିବା ଥାନାଧିକାରୀ ପ୍ରେମଚନ୍ଦ୍ର ଶର୍ମା ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି।
ଏହି ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଥାନାଧିକାରୀ କେତେବେଳେ ଚନ୍ଦନର ଟିକା ଲଗାଇ ସ୍ୱାଗତ କରୁଥିବା ବେଳେ ହୋଲିରେ ଜଣେ ଅଭିଯୋଗକାରୀଙ୍କ ଉପରକୁ ଗଙ୍ଗାଜଳ ଛିଞ୍ଚି ଚର୍ଚ୍ଚାକୁ ଆସୁଛନ୍ତି। ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରେମଚନ୍ଦ୍ର।
ନିଜ ପତ୍ନୀଙ୍କ ସହ ଚାଲିଥିବା ବିବାଦର ସମାଧାନ ନିମନ୍ତେ ଯାଇଥିବା ହେମନ୍ତ ଗୋୟଲ ନାମକ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଗାୟତ୍ରୀ ମନ୍ତ୍ରୀ ଜପ କରିବାକୁ ପରାମର୍ଶ ଦେଲେ ଥାନାଧିକାରୀ । କେବଳ ଏତିକି ନୁହେଁ, କହିଲେ, ହରିଦ୍ୱାର ଯାଅ, ତିଲକ ଲଗାଅ। ଏହାବ୍ୟତୀତ ଥାନା ଅଧିକାରୀଜଣକ ବ୍ୟକ୍ତିଙ୍କୁ ଏକ କାଗଜରେ ଗାୟତ୍ରୀ ମନ୍ତ୍ରୀ ଲେଖିକି ଦେଲେ ଓ ୧୦୮ ଥର ତାହାକୁ ଜପ କରିବାକୁ କହିଲେ।
ଥାନା ଅଧିକାରୀଙ୍କ ଏପରି ଅଜବ ବ୍ୟବହାରରେ ଅତିଷ୍ଠ ହୋଇପଡ଼ିଥିବା ବ୍ୟକ୍ତିଜଣକ ନିଜ ଓକିଲଙ୍କ ସହ ଘଟଣା ସମ୍ପର୍କରେ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି ଆଶ୍ୱାସନା ଦେଇଛନ୍ତି।
ଶାସ୍ତ୍ରୀ ନଗରରେ ରହୁଥିବ ହେମନ୍ତ ଗୋୟଲ ଅଭିଯୋଗ କରିଛନ୍ତି ଯେ, ସେ ଏକୁଟିଆ ରହୁଥିଲେ। ହେଲେ ତାଙ୍କ ପଡ଼ୋଶୀ ମହିଳା ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସାକ୍ଷାତ କରାଇଥିଲେ। ହେଲେ ଉକ୍ତ ମହିଳାଜଣକ ପୂର୍ବରୁ ବିବାହିତା ଥିବା ବେଳେ ତାଙ୍କର ଏକ ୧୯ ବର୍ଷର ପୁଅ ଥିବା କଥା ତାଙ୍କୁ ଲୁଚା ଯାଇଥିଲା। ସତ କଥା ନ କହି ତାଙ୍କୁ ଫସାଯାଇ ବିବାହ କରାଯାଇଥିବା ଅଭିଯୋଗ ଆଣିଛନ୍ତି ହେମନ୍ତ। ଏହାପରେ ମହିଳା ଓ ତାଙ୍କ ପୁଅ ମିଶି ହେମନ୍ତଙ୍କୁ ମାରପିଟ କରିବା ସହ ପଇସାପତ୍ର ମାଗୁଥିବା ସେ ଅଭିଯୋଗ କରିଛନ୍ତି।
ଏନେଇ ହେମନ୍ତ ନୌଚନ୍ଦି ଥାନାରେ ଅଭିଯୋଗ କରିଥିବା ବେଳେ ଥାନାଧିକାରୀ କିନ୍ତୁ ତାଙ୍କ ଅଭିଯୋଗ ଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ଅଜବ ପରାମର୍ଶ ଦେଇଥିଲେ। ଏପରିକି ଶଙ୍କ ଫୁଙ୍କି ସହ ତିଲକ ଲଗାଇବା ସହ ଗଙ୍ଗାଜଳ ଚାରିଆଡ଼େ ସିଞ୍ଚନ କରିବାକୁ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ହରିଦ୍ୱାର ଯାଇ ଗାୟତ୍ରୀ ଆଶ୍ରମରେ ରହି ଭଗବାନଙ୍କୁ ଧ୍ୟାନ କଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଲେ।
The post ପତ୍ନୀ ବିରୋଧରେ ଥାନାକୁ ଯାଇଥିଲେ ସ୍ୱାମୀ, ଥାନାଧିକାରୀ କହିଲେ, ‘ଗାୟତ୍ରୀ ମନ୍ତ୍ର ଜପ କର’ appeared first on Odisha Reporter.
from Odisha Reporter https://ift.tt/3fDq2Ys
No comments:
Post a Comment