ଆଜି ବି ୬ ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା, ଖୋର୍ଦ୍ଧାରେ ହଜାରେ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 26, 2021

ଆଜି ବି ୬ ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା, ଖୋର୍ଦ୍ଧାରେ ହଜାରେ ଟପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୬ ଦିନ ହେବ ୬ ହଜାର ଟ୍ରେଣ୍ଡରୁ ଖସୁନି ମହାମାରୀ। ଏହା ପ୍ଲାଟୋ ଫେଜ ବୋଲି ଡିଏମଇଟି ନିର୍ଦ୍ଦେଶକ କହୁଥିବା ବେଳେ ଆଜିବି ଜାରି ରହିଛି ସମାନ ସ୍ଥିତି। ଗତ ୨୪ ଘଣ୍ଟାରେ ରାଜ୍ୟରେ  ୬,୦୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଗତକାଲିର ସଂଖ୍ୟାଠାରୁ ଆଜି ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା।

ଅପରପକ୍ଷେ, ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତକାଲି ଏହି ଜିଲ୍ଲାରୁ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ହଜାରେ ଟପି ଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବଲାଙ୍ଗିର ଜିଲ୍ଲାରୁ ୪୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୪୦୦, ସୁନ୍ଦରଗଡ଼ରୁ ୩୭୧, ଝାରସୁଗୁଡ଼ାରୁ ୩୫୯, ବରଗଡ଼ରୁ ୨୮୬, କଳାହାଣ୍ଡି ଜିଲ୍ଲାରୁ ୨୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେନ୍ଦୁଝର ଜିଲ୍ଲାରୁ ୨୬୬, ଅନୁଗୁଳ ଜିଲ୍ଲାରୁ ୨୩୯, ପୁରୀରୁ ୨୬୬, ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬, କଟକରୁ ୧୯୮, ସମ୍ବଲପୁରରୁ୧୫୮, ମୟୂରଭଞ୍ଜରୁ ୧୪୯, ନୟାଗଡ଼ରୁ ୧୧୦, ଯାଜପୁରରୁ ୧୦୭, ରାୟଗଡ଼ାରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗଜପତି ଜିଲ୍ଲାରୁ ୭୯, କୋରାପୁଟ  ଜିଲ୍ଲାରୁ ୭୬, ସୁବର୍ଣ୍ଣପୁରରୁ ୭୪, ଷ୍ଟେଟ୍ ପୁଲ୍- ୨୧୩,  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି। ଆକ୍ଟିଭ ୫୦,୯୫୮ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୬୭ ହଜାର ୧୧୧। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

The post ଆଜି ବି ୬ ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା, ଖୋର୍ଦ୍ଧାରେ ହଜାରେ ଟପିଲା appeared first on Odisha Reporter.



from Odisha Reporter https://ift.tt/3sW2EbF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages